p purohi

୧୦ରୁ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରଠାରୁ ଅନତିଦୂରରେ ଥିବା ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମ୍‌ଠାରେ ଆସନ୍ତା ରବିବାରଠାରୁ ୫୬ତମ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ଆଜି ରାମଜୀ ଯୁବକ ସଂଘର ସଂପାଦକ ଡା. ନାରୟଣ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଚୁଡାନ୍ତ ପ୍ରସ୍ତୁତି ବୈଠକ ହୋଇଥିଲା । ଖେଳାଳୀମାନଙ୍କ ରହିବା, ଖାଇବା ଏବଂ ଖେଳିବା ପାଇଁ ସୁବନ୍ଦୋବସ୍ତ ହୋଇଥିବା ଜଣାପଡିଛି । ଫାଓ, ଓଡିଶାର ରେଫରୀ ଏଥିରେ ଖେଳ ପରିଚାଳନା କରିବେ ବୋଲି ଆଲୋଚନା ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଓଡିଶାର ୩ଟି ଦଳ ସହ ମଧ୍ୟପ୍ରଦେଶର ଦୁଇଟି ଓ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ତଥା ଛତିଶଗଡର ଗୋଟିଏ ଲେଖାଁଏ ଏପରି ଆଠଟି ଦଳ ଅଂଶ ଗ୍ରହଣ କରିଛନ୍ତି ଏବଂ ଉଦ୍‌ଘାଟନୀ ମ୍ୟାଚ ସଦାଇପାଲି ସାଇଟ୍‌ ବନାମ ମଧ୍ୟପ୍ରଦେଶର ରକ୍‌ଡାଇମଣ୍ଡ ବାଲାଘାଟ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ପଟ୍ଟନାୟକ, ବୃନ୍ଦାବନ ମହାକୁର, ପ୍ରେମାନନ୍ଦ ସାଏ, ପ୍ରତାପ ନାଏକ, ନିସାର କାନ୍ତ ନାଗ, ପ୍ରତାପ କିଶୋର ଯୋଷୀ, ଶାନ୍ତନୁ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ଅଶୋକ ମେହେର, ଲୋକନାଥ ସିଂହ, ଇଂ.ସନ୍ତୋଷ କୁମାର ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ ଏବଂ ଶେଷରେ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.