om academy

ବେଆଇନ ନିଶା ବଟିକା ବିକ୍ରିରେ ଜଣେ ଗିରଫ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ବେଆଇନ ଭାବେ ନିଶା ବଟିକା ବିକ୍ରି ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ବଲାଙ୍ଗିର ସହର ହାତୀଶାଲପଡ଼ା ଜୋରଖଣ୍ଡିର ବସନ୍ତ ସାହୁ(୪୫) । ବସନ୍ତଙ୍କ ନିକଟରୁ ପୁଲିସ ୧୫ ଶହ ଆନଜୋଲାମ ଟ୍ୟାବଲେଟ- (ଆଲପ୍ରାଜୋଲାମ ୦.୫) ଜବତ କରିଥିବା ନେଇ ସଦର ଏସଡିପିଓ ଶ୍ରୀମନ୍ତ ବାରିକ କହିଛନ୍ତି ।

ପୁଲିସର ସୂଚନାନୁଯାୟୀ, ପେଟ୍ରୋଲିଂ ସମୟରେ ବସନ୍ତ ସାହୁ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ନିଶା ଟ୍ୟାବଲେଟ ବିକ୍ରି କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୁଲିସ ହାତୀଶାଲପଡ଼ା କ୍ଲବ ହାଉସଠାରେ ବସନ୍ତକୁ ଧରିଥିଲା । ପରେ ଯାଞ୍ଚ କରିବା ସମୟରେ ବସନ୍ତଙ୍କ ନିକଟରୁ ଆନଜୋଲମ ନିଶା ଟ୍ୟାବଲେଟ ଜବତ ହୋଇଥିଲା । ବ୍ୟାନ ହୋଇଥିବା ଏହି ଟ୍ୟାବଲେଟ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନରେ ହିଁ ବିକ୍ରି ହୋଇପାରିବ । କିନ୍ତୁ କିଭଳି ଭାବେ ଏହି ଟ୍ୟାବଲେଟ ଏତେ ପରିମାଣରେ ବସନ୍ତ ପାଖକୁ ଆସିଲା ଓ ତାହା କିଏ ଯୋଗାଉଛି, ସେନେଇ ତଦନ୍ତ କରାଯାଉଛି ବୋଲି ଏସଡିପିଓ କହିଛନ୍ତି । ତେବେ ବସନ୍ତଙ୍କ ନାମରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.