ନୂଆଦିଲ୍ଲୀ : ନେପାଳର ସର୍ବୋଚ୍ଚ ଅଦାଲତ ଦୁଇ ଦିନ ମଧ୍ୟରେ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ସୋମବାର ଆଦେଶ ଦେଇଛନ୍ତି । ଏହା ସହ ନେପାଳର ସର୍ବୋଚ୍ଚ ଅଦାଲତ ୫ମାସ ମଧ୍ୟରେ ଦ୍ଵିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ ସ୍ଥାପିତ କରିଛନ୍ତି ।