
ଜାମସେଦପୁର : ଜାମସେଦପୁରର ମାନ୍ଗୋରେ ଅବସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଫିଲ୍ମ ଷ୍ଟାଇଲ୍ରେ ଏକ ଡକାୟତି ଘଟଣା ଚାରିପଟେ ଚର୍ଚ୍ଚାର ବିଷୟ ପାଲଟିଛି । ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ପିସ୍ତଲ ରଖି ବ୍ୟାଙ୍କରୁ ୩୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଘଟଣା ସମୟରେ ବ୍ୟାଙ୍କ ଭିତରେ ଦଶ ହଜାର ଗ୍ରାହକ ଥିଲେ । ଲୁଟେରାମାନେ କର୍ମଚାରୀମାନଙ୍କ ମୋବାଇଲ୍ ଜବତ କରି ଏଭଳି ଲୁଟ୍ତରାଜ୍ କରିଥିଲେ । ଡକାୟତମାନେ ସିବିଆଇର ବ୍ୟକ୍ତି ବୋଲି କହି ବ୍ୟାଙ୍କ ଡକାୟତି କରିଥିଲେ । ଗୁରୁବାର ପୂର୍ବାହ୍ନ ୧୦:୩୦ ରେ ଏହି ଘଟଣା ଘଟିଛି । ସୂଚନା ପାଇବା ମାତ୍ରେ ଏସ୍ଏସ୍ପି ପ୍ରଭାତ କୁମାର ବ୍ୟାଙ୍କ ପହଞ୍ଚି ଯାଞ୍ଚ କରିଥିଲେ । ଏସ୍ଏସ୍ପି କହିଛନ୍ତି ଯେ, ୩୦ରୁ ୩୫ ଲକ୍ଷ ଟଙ୍କା ଡକାୟତି ହୋଇଛି । ଦିନ୍ଦାହାଡ଼ା ଡକାୟତି ହେତୁ ବ୍ୟାଙ୍କ ଭିତରେ ଥିବା କର୍ମଚାରୀ ଏବଂ ଗ୍ରାହକ ଆତଙ୍କିତ ଅବସ୍ଥାରେ ରହିଥିଲେ । ମାମଲାର ତଦନ୍ତ ଚାଲିଛି ।