jayashree

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ-୨୦୨୦ : ୪ ଓଡିଶା ପୁଲିସ ଅଧିକାରୀଙ୍କୁ ମିଳିଲା ମେଡାଲ

ନୂଆଦିଲ୍ଲୀ, (ପିଆଇବି) : ୨୦୨୦ ବର୍ଷରେ ୧୨୧ ଜଣ ପୁଲିସ ଅଧିକାରୀଙ୍କୁ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ” ପ୍ରଦାନ କରାଯାଇଛି । ଅପରାଧିକ ତଦନ୍ତରେ ଉଚ୍ଚ ପେସାଦାର ମାନକକୁ ପ୍ରୋତ୍ସାହିତ କରିବା ସହ ତଦନ୍ତକାରୀ ଅଫିସରଙ୍କ ଦ୍ୱାରା ହୋଇଥିବା ଉତ୍କୃଷ୍ଟ ତଦନ୍ତକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ୨୦୧୮ରେ ଏହି ମେଡାଲର ସ୍ଥାପନ କରାଯାଇଥିଲା ।
ଚଳିତ ବର୍ଷ ଏହି ପୁରସ୍କାର ପାଇଥିବା ଅଧିକାରୀଙ୍କ ମଧ୍ୟରେ ସିବିଆଇରୁ ୧୫ ଜଣ ଥିଲା ବେଳେ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୁଲିସରୁ ୧୦ ଜଣ ଲେଖାଏଁ, କେରଳ ଓ ପଶ୍ଚିମବଙ୍ଗ ପୁଲିସରୁ ୭ ଜଣ ଲେଖାଏଁ, ଓଡ଼ିଶା ପୁଲିସରୁ ୪ ଜଣ ଏବଂ ବଳକା ପୁଲିସ ଅଧିକାରୀମାନେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର । ଏଥର ମେଡାଲ ପାଇଥିବା ଅଧିକାରୀଙ୍କ ମଧ୍ୟରେ ୨୧ ଜଣ ମହିଳା ପୁଲିସ ଅଫିସର ଅଛନ୍ତି ।
“ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମେଡାଲ”ରେ ପୁରସ୍କୃତ ହୋଇଥିବା ଓଡ଼ିଶା ପୁଲିସର ଅଧିକାରୀମାନେ ହେଲେ, ଇନ୍ସପେକ୍ଟର ଶ୍ରୀମତୀ ସୁଷମା ତିର୍କୀ, ସବ୍-ଇନ୍ସପେକ୍ଟର ଶ୍ରୀ ଯୁଗଳ କିଶୋର ଦାଶ, ସବ୍-ଇନ୍ସପେକ୍ଟର ଶ୍ରୀମତୀ ସନ୍ତୋଷୀ ବାରିକ, ସବ୍-ଇନ୍ସପେକ୍ଟର ଶ୍ରୀ ବାବା ଶଙ୍କର ସରାଫ୍ ।

Leave A Reply

Your email address will not be published.