ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପଞ୍ଜାବର ରାଚେଲ ଗୁପ୍ତା

ନୂଆଦିଲ୍ଲୀ : ଭାରତ ପାଇଁ ଇତିହାସ ରଚିଛନ୍ତି ପଞ୍ଜାବ ଜଳନ୍ଧରର ରାଚେଲ ଗୁପ୍ତା । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତି ରାଚେଲ ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏମ୍‌ଜିଆଇ ହଲ୍‌ରେ ଫିନାଲେ ସମୟରେ ପେରୁର ଲୁସିୟାନା ଫଷ୍ଟର ତାଙ୍କୁ ମୁକୁଟ ପିନ୍ଧାଇଥିବା ବେଳ ଏହି ଟାଇଟଲ ଜିତିବାରେ ସେ ପ୍ରଥମ ଭାରତୀୟ । ବର୍ତ୍ତମାନ ଟାଇଟଲ ଜିତିବା ପରେ ରାଚେଲ ଏମ୍‌ଜିଆଇ ଲାଗି ବୈଶ୍ୱିକ ରାଷ୍ଟ୍ରଦୂତ ଭାବେ କାମ କରିବେ ଏବଂ ବିଶ୍ୱରେ ଶାନ୍ତି ଓ ସ୍ଥିରତାକୁ ସେ ପ୍ରୋତ୍ସାହିତ କରିବେ ।

Leave A Reply

Your email address will not be published.