jsm

ନଭେମ୍ବର ୫ ତାରିଖରେ ଭର୍ଚୁଆଲ ଗ୍ଲୋବାଲ ଇନଭେଷ୍ଟର ରାଉଣ୍ଡଟେବୁଲରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

csstore

• ରାଉଣ୍ଡଟେବୁଲରେ ସମଗ୍ର ବିଶ୍ୱର ଶୀର୍ଷ ପେନସନ ଓ ସୋଭରେନ ୱେଲଥ ଫଣ୍ଡଗୁଡ଼ିକ ଅଂଶଗ୍ରହଣ କରିବେ
• ଭାରତରେ ଅନ୍ତର୍ଜାତୀୟ ନିବେଶ ବୃଦ୍ଧି ଦିଗରେ ସୁଯୋଗ ପ୍ରଦାନ କରିବ ଏହି କାର୍ୟ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ନଭେମ୍ବର, ୨୦୨୦ରେ ଭର୍ଚୁଆଲ ଗ୍ଳୋବାଲ ଇନଭେଷ୍ଟର ରାଉଣ୍ଡଟେବୁଲ (ଭିଜିଆଇଆର)ରେ ଅଧ୍ୟକ୍ଷତା କରିବେ। ଭାରତ ସରକାରଙ୍କ ଅର୍ଥମନ୍ତ୍ରଣାଳୟ ଏବଂ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି ପକ୍ଷରୁ ଏହି ଭିଜିଆଇଆର ଆୟୋଜନ କରାଯାଉଛି। ଏଥିରେ ବିଶ୍ୱର ଅଗ୍ରଣୀ ସଂସ୍ଥାଗତ ନିବେଶକ, ଭାରତୀୟ ବ୍ୟବସାୟିକ ନେତୃବର୍ଗ ଏବଂ ଭାରତ ସରକାର ଓ ଆର୍ଥିକ ବଜାର ନିୟନ୍ତ୍ରକମାନଙ୍କର ସର୍ବୋଚ୍ଚ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରି ବିଶେଷ ଆଲୋଚନାରେ ସମ୍ମିଳିତ ହେବେ। କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ, ଆରବିଆଇ ଗଭର୍ଣ୍ଣର ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ମଧ୍ୟ ଏହି ଅବସରରେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି।
ପାଖାପାଖି ୬ ଟ୍ରିଲିୟନ ମୋଟ ସମ୍ପତ୍ତିର ପରିଚାଳନା କରୁଥିବା ବିଶ୍ୱର ୨୦ ସର୍ବବୃହତ ପେନସନ ଓ ସୋଭରେନ ୱେଲଥ ଫଣ୍ଡମାନେ ଏହି ରାଉଣ୍ଡଟେବୁଲରେ ଅଂଶଗ୍ରହଣ କରିବେ। ଏହି ବେଶ୍ୱିକ ସଂସ୍ଥାଗତ ନିବେଶକମାନେ ଆମେରିକା, ୟୁରୋପ, କାନାଡା, କୋରିଆ, ଜାପାନ, ମଧ୍ୟପ୍ରାଚ୍ୟ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଭଳି ପ୍ରମୁଖ ଅଞ୍ଚଳଗୁଡିକର ପ୍ରତିନିଧିତ୍ୱ କରୁଛନ୍ତି। କାର୍ୟ୍ୟକ୍ରମରେ ଏହିସବୁ ପାଣ୍ଠିର ସିଇଓ ଏବଂ ସିଆଇଓଙ୍କ ଭଳି ପ୍ରମୁଖ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରିବେ। ଏମାନଙ୍କ ମଧ୍ୟରୁ କେତେଜଣ ନିବେଶକ ପ୍ରଥମ ଥର ଲାଗି ଭାରତ ସରକାରଙ୍କ ସହିତ ସାମିଲ ହେବାକୁ ଯାଉଛନ୍ତି। ବେଶ୍ୱିକ ନିବେଶକମାନଙ୍କ ବ୍ୟତୀତ, ଏହି ରାଉଣ୍ଡଟେବୁଲରେ ଭାରତର ଶୀର୍ଷ ବ୍ୟବସାୟିକ ନେତୃବର୍ଗ ଅଂଶଗ୍ରହଣ କରିବେ।
ଭିଜିଆଇଆର ୨୦୨୦ରେ ଭାରତର ଅର୍ଥନୈତିକ ଏବଂ ନିବେଶ ପରିଦୃଶ୍ୟ, ଢାଞ୍ଚାଗତ ସଂସ୍କାର ଏବଂ ଦେଶକୁ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ସରକାରଙ୍କ ସଂକଳ୍ପ ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ। ଭାରତରେ ଅନ୍ତର୍ଜାତୀୟ ନିବେଶକୁ ଆହୁରି ବଢ଼ାଇବା ଲାଗି ଏହି କାର୍ୟ୍ୟକ୍ରମରେ ଅଗ୍ରଣୀ ବେଶ୍ୱିକ ନିବେଶକ ଓ ଭାରତୀୟ ବ୍ୟବସାୟିକ ନେତୃବର୍ଗ ବରିଷ୍ଠ ନୀତିନିର୍ଦ୍ଧାରକମାନଙ୍କ ସହିତ ଆଲୋଚନା କରିବେ। ଚଳିତ ଆର୍ଥିକ ବର୍ଷରେ ଭାରତକୁ ଆସିଥିବା ବୈଦେଶିକ ନିବେଶ କୌଣସି ଏକ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ସର୍ବାଧିକ ସ୍ତରରେ ପହଞ୍ଚିଥିଲା। ଭିଜିଆଇଆର ୨୦୨୦ ସମସ୍ତ ଅଂଶୀଦାରମାନଙ୍କୁ ସେମାନଙ୍କର ଦୃଢ଼ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଏବଂ ଭାରତରେ ସେମାନଙ୍କର ନିବେଶ ବଢ଼ାଇବା ଲାଗି ଚାହୁଁଥିବା ଅନ୍ତର୍ଜାତୀୟ ସଂସ୍ଥାଗତ ନିବେଶକମାନଙ୍କ ସହିତ ସମ୍ପର୍କକୁ ବଢ଼ାଇବା ଦିଗରେ ସହାୟକ ହୋଇପାରିବ।

yuvodaya
Leave A Reply

Your email address will not be published.