ଗଙ୍ଗପଡ଼ା, (ପିଆଇବି) : ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଭାରତ ସରକାରଙ୍କର ପ୍ରୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏଆଇସିଟିଇ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ନାଭି ମୁମ୍ବାଇ ମହାରାଷ୍ଟ୍ରର ଏ.ସି. ପାଟିଲ କଲେଜ ଅଫ୍ ଇଂଜିନିୟରିଂ ରୁ ୨୫ ଜଣ ଛାତ୍ରଛାତ୍ରୀ ଏବଂ ପୁନେର ୨୫ଟି ସ୍କୁଲରୁ ୨୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦୁଇଜଣ ଅଧ୍ୟାପକ ଓ ଦୁଇଜଣ ଅଧ୍ୟାପିକା ଆସିଛନ୍ତି । ଏହି ପାଂଚ ଦିନିଆ ରହଣୀ ଭିତରେ ସେମାନେ କଲେଜର ବିଭିନ୍ନ ବିଭାଗ ବୁଲିବା ସହ ଓଡ଼ିଆ ଓ ମରାଠୀ ଭାଷା ବିନିମୟ କାର୍ଯ୍ୟକ୍ରମରେ ଭାଗନେବେ । ଏଥି ସହ ଭୁବନେଶ୍ବରରେ ବିଭିନ୍ନ ମନ୍ଦିର, ମ୍ୟୁଜିୟମ, ହାଟ, ଇତ୍ୟାଦି ବୁଲିବା ସହ ଚିଲିକା, ପୁରୀ, କୋଣାର୍କକୁ ମଧ୍ୟ ବୁଲିଯିବା ପାଇଁ କଲେଜ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସର୍ବୋପରି ଏହା ଭାଷା, ସଂସ୍କୃତି ଓ କଳାର ଭାବ ବିନିମୟର ଉତ୍କୃଷ୍ଟ ଉଦାହରଣ । ଆଜିର ସ୍ଵାଗତ ସମାରୋହର ଗିଫ୍ଟର ଅଧ୍ୟକ୍ଷ, ଡଃ. ସି.ଏଚ୍.ଭି.ଏସ୍. ପରମେଶ୍ଵର ରାଓ, ଡିନ୍ ଏକାଡ଼େମିକ୍ ଡଃ. ଆର୍. ଏନ୍. ପଣ୍ଡା, ଡିନ୍ ଆଡ୍ମିସନ ଏମ୍.କେ. ରାଉତ, ରେଜିଷ୍ଟ୍ରାର୍ ଡଃ. ମନୋରଞ୍ଜନ ମିଶ୍ର, ଓଏସ୍ ଇଂ. ସମୀର ରଞ୍ଜନ ପଣ୍ଡା ଓ ଭାଇସ୍ ଚେୟାରମ୍ୟାନ ଡଃ. ପତିତପାବନ ପଣ୍ଡା ସମୂହ ଉପସ୍ଥିତ ଥିଲେ । ସଂଯୋଜକ ଭାବେ ପ୍ର. ଅଭିଜିତ୍ ମଙ୍ଗରାଜ, ପ୍ର. ସିପ୍ରା କର୍ମାକର, ପ୍ର. ପ୍ରଣତୀ ମିଶ୍ର ଓ ସରିତା ତ୍ରୀପାଠୀ ଉପସ୍ଥିତ ରହି ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ।