ବିମାନ ଦୁର୍ଘଟଣାରେ ଫୁଟବଲ୍ କ୍ଲବର ୪ ଜଣ ଖେଳାଳିଙ୍କ ମୃତ୍ୟୁ

ବ୍ରାଜିଲ : ବିମାନ ଦୁର୍ଘଟଣାରେ ଫୁଟବଲ୍ କ୍ଲବର ୪ ଜଣ ଖେଳାଳିଙ୍କ ମୃତ୍ୟୁ ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଏକ ଫୁଟବଲ୍ କ୍ଲବର ୪ ଜଣ ଖେଳାଳି କରୋନା ସଂକ୍ରମିତ ଥିଲେ । ତେଣୁ ତା‌ଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିବାରୁ ତାଙ୍କୁ ଅଲଗା ଏକ ଘରୋଇ ବିମାନରେ ଗତ ରବିବାର ନିଆଯାଉଥିଲା । ତେବେ ବିମାନଟି ବ୍ରାଜିଲର ଉତ୍ତର ସହର ପଲମାସ ନିକଟସ୍ଥ ଟୋକେନଟେନ୍ସ ଏୟାରଫିଲ୍ଡରୁ ଉଡାଣ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ପାଇଲଟଙ୍କ ସମେତ ଫୁଟବଲ କ୍ଲବର ଅଧ୍ୟକ୍ଷ ଓ ତିନିଜଣ ଖେଳାଳିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.