om academy

ବିହାରର ୯୪ ଟି ଆସନରେ ଚାଲିଛି ମତଦାନ : ଶିବରାଜଙ୍କ ପାଇଁ ମଧ୍ୟ ‘କର ବା ମର’ ସ୍ଥିତି

jsm

ରାଂଚି : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟରେ ମଙ୍ଗଳବାର ୯୪ ଟି ଆସନରେ ମତଦାନ ଚାଲିଛି । ୧୭ଟି ଜିଲ୍ଲାର ଏହି ସିଟ୍ ଗୁଡିକ ପାଇଁ ସକାଳ ୭ଟାରୁ ଆରଂଭ ହୋଇଛି ଓ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟ୍ ଚାଲିବ ।

୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ଅଧାରୁ ଅଧିକ ସିଟ୍ ପାଇଁ ମତଦାନ ଆଜି ଅନୁଷ୍ଠିତ ହେଉଛି । ଦ୍ୱିତୀୟ ପର୍ୟ୍ୟାୟରେ ଭୋଟିଂରେ ବିହାରରେ ମୋଟ ୧,୪୬୩ ପ୍ରାର୍ଥୀ ଅଛନ୍ତି । ବିହାରରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ, ତାଙ୍କ ବଡ଼ ଭାଇ ତେଜ ପ୍ରତାପ ଯାଦବ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନେତାଙ୍କ ଭାଗ୍ୟ ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ ଦ୍ୱାରା ସ୍ଥିର ହେବ । ପ୍ରକାଶ ଥାଉ କି, ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ଅକ୍ଟୋବର ୨୮ ରେ ୭୧ଟି ଆସନରେ ଅନୁଷ୍ଠିତ ହୋଇଥିଲା ।

୨୦୧୫ ବିଧାନସଭା ନିର୍ବାଚନରେ ଆରଜେଡି ଏହି ୯୪ ଟି ଆସନରେ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା । ୨୦୧୫ ରେ ଏହି ୯୪ ଟି ଆସନରେ ଆରଜେଡିର ଭୋଟ୍ ଅଂଶ ୪୫.୩ ପ୍ରତିଶତ ଥିଲା । ବିହାରର ଏହି ଅଞ୍ଚଳଗୁଡିକ ଅତ୍ୟନ୍ତ ପଛୁଆ । ଏହି ୯୪ଟି ଆସନ ମଧ୍ୟରୁ ୩୩ ଟି ଆରଜେଡି, ୩୦ ଜେଡିୟୁ, ୨୦ଟି ବିଜେପି, ସାତଟି କଂଗ୍ରେସ, ଦୁଇଟି ଏଲଜେପି ଏବଂ ଅନ୍ୟ ଦୁଇଜଣ ୨୦୧୫ ବିଧାନସଭା ନିର୍ବାଚନରେ ​​ବିଜୟୀ ହୋଇଥିଲେ ।

ଦ୍ୱିତୀୟ ପର୍ୟ୍ୟାୟରେ ପ୍ରାୟ ୨.୮୬ କୋଟି ଭୋଟର ସେମାନଙ୍କ ଅଧିକାର ବ୍ୟବହାର କରିବେ । ବିହାର ବ୍ୟତୀତ ଅନ୍ୟ ୧୦ଟି ରାଜ୍ୟରେ କୋଭିଡ -୧୯ ମହାମାରୀ ମଧ୍ୟରେ ୫୪ଟି ଆସନରେ ଉପ-ନିର୍ବାଚନ ପାଇଁ ମତଦାନ ଚାଲିଛି ।

Leave A Reply

Your email address will not be published.