csstore

ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର ମେସିନକୁ ପଛ ପାଖରୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗତ ରାତିରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମନମୁଣ୍ଡା ଥାନା ସାହୁପଡା ଗ୍ରାମର ବାଇକ ଆରୋହୀ କୌଶିକ ପ୍ରଧାନ ସେ କୌଣସି କାମରେ ରେଢାଖୋଲ ଯାଇ ରାତି ପ୍ରାୟ ୧୨ଟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ ନଂ.୫୭ ବାଉଁଶୁଣି ନିକଟ ରାସ୍ତା କଡରେ ଥିବା ମିକ୍ସର ମେସିନକୁ ପଛ ପାଖରୁ ଧକ୍କା ଦେଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବର ପାଇ ବାଉଁଶୁଣି ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ସୋନପୁର ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.