ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏ ବଢିଲା ଲକ୍‌ଡାଉନ୍‌

କୋଲକାତା : ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ସରକାର ରାଜ୍ୟରେ କୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ କୋଭିଡ୍‌ ମୁକାବିଲା ବାବଦରେ ଆଲୋଚନା କରି ଆଜି ବୃଦ୍ଧି ହୋଇଥିବା ଲକ୍‌ଡାଉନ୍‌ ସମୟରେ କେବଳ ୫୦ ପ୍ରତିଶତ ଲୋକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାତି ୯ ଟା ରୁ ସକାଳ ୫ ଟା ମଧ୍ୟରେ ଜନସାଧାରଣ ଏବଂ ଯାନବାହାନ ଚଳାଚଳ ଉପରେ କଟକଣା ଜାରି ରହିବାକୁଥିବା ବେଳେ ନାଇଟ୍‌ କର୍ଫ୍ୟୁ ସମୟରେ ସମୟରେ ସ୍ୱାସ୍ଥ୍ୟ ଏବଂ ଜରୁରୀକାଳୀନ ସେବା, ଆଇନ ଶୃଙ୍ଖଳାକୁ ଅତ୍ୟାବଶ୍ୟକ ସାମଗ୍ରୀକୁ ଅନୁମତି ରହିଥିବା ଜଣାପଡିଛି ।

Leave A Reply

Your email address will not be published.