୪ ଦେଶର ନେତାଙ୍କ ପ୍ରଥମ ବୈଠକ : ଗମ୍ଭୀର ଆଲୋଚନା

ୱାଶିଂଟନ୍‌ : ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ନେତାମାନେ ଶୁକ୍ରବାର ଦିନ ଚାରୋଟି ଦେଶର ନେତାମାନେ ପ୍ରଥମ ଭର୍ଚୁଆଲ୍ ବୈଠକରେ ଭାଗ ନେଇଥିଲେ । ଏହି ଭର୍ଚୁଆଲ୍ ବୈଠକରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସେହିଦେ ସୁଗା ଯୋଗ ଦେଇଛନ୍ତି ।

ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ବୈଠକ ପରେ କହିଛନ୍ତି ଯେ, ଭାରତ-ପ୍ରଶାନ୍ତ କ୍ଷେତ୍ରରେ କରୋନା ଟୀକା ଉତ୍ପାଦନ ତଥା ବିତରଣରେ ଏହି ଚାରିଜଣ ନେତା ସହଯୋଗ କରିବାକୁ ସହମତ ହୋଇଛନ୍ତି । କେତେକ ରିପୋର୍ଟରେ କୁହାଯାଇଛି ଯେ, ଚାରି ଦେଶ ଆସନ୍ତା ବର୍ଷ ସୁଦ୍ଧା ଏକ ଅରବ୍‌ ଡ଼ୋଜ ପ୍ରସ୍ତୁତ କରିବାକୁ ସହମତ ହୋଇଛନ୍ତି ।

ଆନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞ କାଶୀଶ ପର୍ପିଆନି ଏହି ବୈଠକକୁ ଐତିହାସିକ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ଏହି ବୈଠକରେ ଚାରି ଜଣ ରା‌ଷ୍ଟ୍ର ମୁଖ୍ୟ ଯୋଗଦେବା ଐତିହାସିକ । ଏହି ବୈଠକରେ କ୍ୱାଡ୍ ଗ୍ରୁପ୍ ପ୍ରତି ଏହି ଦେଶର ଗମ୍ଭୀରତା ମଧ୍ୟ ଦର୍ଶାଯାଇଛି ।

ଏହି ବୈଠକର କିଛି ସମୟ ପୂର୍ବରୁ ଚୀନ୍ ଏକ ବିବୃତ୍ତି ଜାରି କରି କହିଛି ଯେ, ରାଷ୍ଟ୍ରମାନେ କୌଣସି ତୃତୀୟ ପକ୍ଷର ସ୍ୱାର୍ଥକୁ ଟାର୍ଗେଟ କରିବା ଉଚିତ୍ ନୁହେଁ । ଚୀନ୍ କହିଛି ଯେ, ଦେଶଗୁଡିକ ସ୍ୱତନ୍ତ୍ର ବ୍ଲକ୍ ସୃଷ୍ଟି କରିବା ଉଚିତ୍ ନୁହେଁ । କାଶୀଶ ପର୍ପିଆନି ଚୀନ୍‌ର ସମାଲୋଚନାକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ, କ୍ୱାଡ୍‌ ଗ୍ରୁପ୍‌କୁ କେବଳ ଚୀନ୍‌ ବିରୋଧୀ ଗୋଷ୍ଠୀ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ ।

Leave A Reply

Your email address will not be published.