ତୀରନ୍ଦାଜ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ୟାରିସଠାରେ ତୀରନ୍ଦାଜ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପିକା କୁମାରୀ, ଅଙ୍କିତା ଭକତ, କୋମାଲିକା ବରୀ, ଅତନୁ ଦାସ ଏବଂ ଅଭିଷେକ ବର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗତ କିଛି ଦିନ ହେବ ବିଶ୍ୱକପରେ ଆମର ତୀରନ୍ଦାଜମାନଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳୁଛି । ଦୀପିକା କୁମାରୀ, ଅଙ୍କିତା ଭକତ, କୋମାଲିକା ବରୀ, ଅତନୁ ଦାସ ଏବଂ ଅଭିଷେକ ବର୍ମା, ସମସ୍ତ ତୀରନ୍ଦାଜଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ, ଯାହା ଏହି କ୍ଷେତ୍ରରେ ଆଗାମୀ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବ” ।

Leave A Reply

Your email address will not be published.