pr

ହାଥ୍‌ରସ୍‌ ଏସ୍‌ଡିଏମ୍‌ଙ୍କ ବିରୁଦ୍ଧରେ ଟିଏମ୍‌ସି ସାଂସଦଙ୍କ ଦ୍ୱାରା ଅଭିଯୋଗ ଦାଖଲ : ଅଭଦ୍ରତା ଅଭିଯୋଗ

dr. purohit

ଲଖ୍‌ନଉ : ହାଥ୍‌ରସ୍‌ ସଦର୍‌ର ଏସ୍‌ଡିଏମ୍‌ ପ୍ରେମପ୍ରକାଶ ମିଣାଙ୍କ ବିରୁଦ୍ଧରେ ପୋଲିସ ପାଖରେ ଅଭିଯୋଗ ଦାଖଲ୍‌ କରିଛନ୍ତି ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ । ଟିଏମ୍‌ସି ସାଂସଦ ପ୍ରତିମା ମଣ୍ଡଳ ଏବଂ ପୂର୍ବ ସାଂସଦ ମମତା ଠାକୁର କହିଛନ୍ତି କି, ଯେତେବେଳେ ସେମାନେ ହାଥ୍‌ରସ୍‌ ପୀଡ଼ିତାଙ୍କ ପରିବାରବର୍ଗଙ୍କ ସହ ସାକ୍ଷାତ କରିବାକୁ ଯାଉଥିଲେ, ଏସ୍‌ଡିଏମ୍‌ ପ୍ରେମପ୍ରକାଶ ମିଣା କଥିତ ଭାବରେ ତାଙ୍କୁ ଅଭଦ୍ରତା ପ୍ରଦର୍ଶନ କରିବା ସହ ଧକ୍କା ମାରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସେମାନେ ଶାନ୍ତିପୂର୍ବକ ପୀଡ଼ିତାଙ୍କ ପରିବାରବର୍ଗଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିଲେ । କିନ୍ତୁ ଏସ୍‌ଡିଏମ୍‌ ମିଣା ତାଙ୍କୁ ଧକ୍କା ମାରିବା ସହ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରି ଘଉଡେ଼ଇବାକୁ ଚେଷ୍ଟା କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ପୀଡ଼ିତାଙ୍କ ପରିବାରବର୍ଗ ସହ ସାକ୍ଷାତ କରିବାକୁ ପଠାଇଥିବା ସେ କହିଛନ୍ତି ।

nrusinghnath
Leave A Reply

Your email address will not be published.