ଦୁଇ ଜଣ ପ୍ରେମିକାର ଅଶ୍ଲିଳ ଫଟୋ ଫେସବୁକରେ ଭାଇରାଲ କରି ମହମ୍ମଦ ଅରମାନ ନାମକ ଯୁବକ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରପ୍ରଦେଶ ରାଜ୍ୟର କସଗଂଜ ଥାନା ଅଂଚଳର ଏହି ଯୁବକ ପଦ୍ମପୁର ଥାନା ଓ ବରଗଡ ଟାଉନ ଥାନା ଅଂଚଳର ଦୁଇଜଣ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା ଯୋଡିଥିଲା । ଜିସାନ ଖାନ ନାମରେ ଏକ ଫେକ ଫେସବୁକ ଖୋଲି ଏହି ଦୁଇ ଯୁବତୀଙ୍କ ଅଶ୍ଲିଳ ଫଟୋ ଭାଇରାଲ କରିଥିଲା । ଏ ନେଇ ଝିଅମାନଙ୍କ ପରିବାର ପକ୍ଷରୁ ପଦ୍ମପୁର ଥାନାରେ ୦୨/୦୨/୨୦୨୦ ତାରିଖରେ ଏବଂ ବରଗଡ ଟାଉନ ଥାନାରେ ୨୧/୦୩/୨୦୨୦ ରେ ଲିଖୁତ ଅଭିଯୋଗ ହେବାପରେ ପଦ୍ମପୁର ଥାନା ଓ ବରଗଡ ଟାଉନ ଥାନାର ଏକ ପୋଲିସ ଟିମ ୟୁପି ଯାଇ ଅଭିଯୁକ୍ତକୁ ଗିରଫ କରିଥିଲେ । ଆଜି ପଦ୍ମପୁର ଥାନା କେଶ ନମ୍ବର ୯ଆର୍‌/୦୯.୦୯.୯୦୯ ୟୁ/ଏସ୍‌-୬୭(ଏ) ଆଇଟି ଆକ୍‌ଟ /୫୦୦/୫୦୭/୫୦୯ ଆଇପିସି ବରଗଡ ଟାଉନ ଥାନା କେଶ ନମ୍ବର ୧୧୬/୨୧.୦୩,୨୨୦ ଅନୁସାରେ ୟୁ/ଏସ୍‌-୪୨୦ ଆଇପିସି /୬୬ସି/୬ଡ଼ି ଆଇଟି ଆକ୍‌ଟ୍‌ ଆଧାରରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧୁକାରୀ ପ୍ରଦୀପ କୁମାର ସାହୁ ସାମ୍ବାଦିକ ସମ୍ଭୀଳନିରେ ସୂଚନା ଦେଇଛନ୍ତି । ଏହି ଟିମରେ ପଦ୍ମପୁର ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ଏସଆଇ ସୌମ୍ୟରଞ୍ଜନ ପାତ୍ର, ଏସଆଇ ସୌମ୍ୟକାନ୍ତ ବଳିଆରସିଂ, ମନଜିତ ଶତପଥ, ଦୀପକ ମହାପାତ୍ର, ଚିତ୍ତରଞ୍ଜନ କୁମାର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.