ଚିକି‌ତ୍ସା ପାଇଁ ଯାଇଥିଲେ, ପ୍ରେମରେ ପଡ଼ି ବିବାହ ବନ୍ଧନରେ ବା‌ନ୍ଧି ହେଇଗଲେ ପ୍ରଭୁ ଦେବା

ମୁମ୍ବାଇ : ଭାରତର ପ୍ରସି‌ଦ୍ଧ କୋରିଓଗ୍ରାଫର ପ୍ରଭୁ ଦେବା ଗୁପ୍ତ ଭାବେ ଦ୍ୱିତୀୟ ବିବାହ କରିଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ ସେ ତାଙ୍କ ଭାଣେଜୀଙ୍କୁ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା । କିନ୍ତୁ ଅସଲ୍‌ରେ ବିହାରର ଜଣେ ଫିଜିଓଥେରାପିଷ୍ଟକୁ ଗତ ସେପ୍ଟେମ୍ବର ମାସରେ ସେ ବିବାହ କରି ସାରିଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ, ପ୍ରଭୁ ଦେବାଙ୍କ ଅଣ୍ଟାରେ ସମସ୍ୟା ଦେଖାଦେଇଥିବା ବେଳେ ଚିକିତ୍ସା ପାଇଁ ଜଣେ ମହିଳା ଫିଜିଓ ଥେରାପିଷ୍ଟଙ୍କ ପାଖକୁ ଯାଇଥିଲେ । ଚିକିତ୍ସା ଚାଲିଥିବା ବେଳେ ପ୍ରଭୁ ପ୍ରେମରେ ପଡ଼ିଗଲେ । ପ୍ରେମ ଚାଲିଲା । ଉଭୟ ଡେଟିଂ ଓ ଚ୍ୟାଟିଂ ଆରମ୍ଭ କରିଦେଲେ । ଧୀରେ ଧୀରେ ପ୍ରେମ ସମ୍ପର୍କ ନିବିଡ଼ ହେଲା ଓ ଉଭୟ ବିବାହ କରିବାକୁ ସ୍ଥିର କଲେ । ଶେଷରେ ସେପ୍ଟେମ୍ବର ମାସରେ ଉଭୟ ଗୁପ୍ତ ଭାବେ ପରସ୍ପରକୁ ବିବାହ କରିଛନ୍ତି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.