ବାହାରିଲା ବିଙ୍ଗ୍‌ ହ୍ୟୁମେନ କପଡ଼ା ମାସ୍କ

ମୁମ୍ବାଇ, (କେପିଏନଏସ) : ବଳିଉଡ ଜଗତର ଜଣାଶୁଣା ଅଭିନେତା ସଲମନ ଖାନଙ୍କର ଦ୍ୱାରା ଗଢା ହୋଇଥିବା ବିଙ୍ଗ୍‌ ହ୍ୟୁମାନ୍‌ କପଡା ତରଫରୁ ଆଜି ମାସ୍କ ଲୋକାର୍ପିତ ହୋଇଛି । ବିଙ୍ଗ୍‌ ହ୍ୟୁମାନ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜେ ମାସ୍କ୍‌ ପିନ୍ଧିବା ସହିତ ଅନ୍ୟଙ୍କୁ ମଧ୍ୟ ପିନ୍ଧାଇବା । ଆଉ ମଧ୍ୟ କୁହାଯାଇଛି ଯଦି ଆପଣ ମାସ୍କ କିଣିବେ ତା ସହିତ ଆପଣଙ୍କୁ ଗୋଟିଏ ମାକ୍କ ମାଗଣାରେ ଦିଆଯିବ । ଏହା ବିଙ୍ଗ୍‌ ହ୍ୟୁମ୍ୟାନ୍‌ କପଡା ଷ୍ଟୋର ଏବଂ Beinghumanclothing.com ରେ ଉପଲବ୍ଧ ହେବ ବୋଲି ସଲମନ ଖାନ ନିଜ ଇନ୍‌ଷ୍ଟାଗ୍ରାମ୍‌ ରେ ପୋଷ୍ଟ କରିଛନ୍ତି ।

Leave A Reply

Your email address will not be published.