om academy

ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ମାନବିକତା : କ୍ୟାନ୍ସର ପୀଡ଼ିତା ରତ୍ନାବତୀଙ୍କ ଘରକୁ ଯାଇ ପ୍ରଦାନ କଲେ ଲକ୍ଷାଧିକ ଟଙ୍କାର ମାସକର ଔଷଧ

jsm

ବରଗଡ଼, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ରତ୍ନାବତୀ ପ୍ରଧାନଙ୍କ ଚିକିତ୍ସା ନିମନ୍ତେ ପ୍ରଥମ ମାସର ଔଷଧ ପ୍ରଦାନ କରିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଏନେଇ ବିଧାୟିକା ଶ୍ରୀମତୀ ଛୁରିଆ ନିଜେ ତାଙ୍କ ଘରକୁ ଯାଇଥିଲେ ଏବଂ ରତ୍ନାବତୀଙ୍କ ଚଳିତ ମାସ ପାଇଁ ଦିଲ୍ଲୀରୁ ମାଗେଇଥିବା ଔଷଧକୁ ପ୍ରଦାନ କରିବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ । ଏହାଛଡା ଆଗାମୀ ଦିନରେ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗେଇବା ପାଇଁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏଠାରେ ପ୍ରକାଶ ଥାଉକି ରତ୍ନାବତୀ ଜଣେ ଗରିବ ମଧ୍ୟବିତ୍ତ ପରିବାରର ଝିଅ । ଗତ ୨୦୧୮ ମସିହାରୁ ତାଙ୍କ ଫୁସଫୁସ ଜନିତ କର୍କଟ ରୋଗ ଚିହ୍ନଟ ହେବା ପରେ ପରିବାର ଭାଙ୍ଗି ପଡିଥିଲେ ।

ପ୍ରଥମେ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ପାଇ କଟକ ସ୍ଥିତ ଆଚାର୍ୟ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସା ଲାଭ କରୁଥିଲେ । କିନ୍ତୁ ବ୍ୟୟବହୁଳ ଔଷଧ ଖର୍ଚ୍ଚ ତାଙ୍କ ପରିବାରର ଚିନ୍ତା ବଢ଼େଇ ଦେଇଥିଲା । ତାଙ୍କୁ ମାସିକ ଏକଲକ୍ଷରୁ ଅଧିକ ଟଙ୍କାର ଔଷଧ ଖାଇବାକୁ ପଡ଼ିବ ବୋଲି ଡାକ୍ତର ପରାମର୍ଶ ଦେବା ପରେ ପରିବାର ସମ୍ପୂର୍ଣ୍ଣ ରୂପେ ଅସମର୍ଥ ହୋଇ ଭାଙ୍ଗି ପଡିଥିଲେ ।

ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ଘରକୁ ଯାଇ ପାଞ୍ଚ ମାସର ଚିକିତ୍ସା ଖର୍ଚ୍ଚ ବହନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାହା ପୂରଣ ମଧ୍ୟ କରି ଆସୁଛନ୍ତି । ବିଧାୟିକାଙ୍କ ଏହି ପଦକ୍ଷେପ ଜଣେ ଅସହାୟ ପରିବାର ମୁହଁରେ ହସ ଫୁଟେଇବା ସହ ରତ୍ନାବତୀଙ୍କ ପାଇଁ ଏକ ନୂତନ ଆଶା ସଞ୍ଚାର କରିଛି । ଏହି ମହତ କାମ ପାଇ ବିଧାୟିକାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.