pr

କ୍ରିଷ୍ଣା କପ୍ : ଉପରବାହାଲ-ବାଟତେରମା ଫାଇନାଲରେ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନ ପ୍ରଥମ ସେମି ଫାଇନାଲ ମ୍ୟାଚରେ ଉପରବାହାଲ ଦଳ ଖଲାବାହାଲ ଦଳକୁ ହରାଇ ଏବଂ ଦ୍ବିତୀୟ ସେମି ଫାଇନାଲ ମ୍ୟାଚରେ ବାଟତେରମା ଦଳ ଦହିଗାଁ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ମ୍ୟାଚ ଶେଷରେ ଯୁବ ସାମ୍ବାଦିକ ନୀଳକଣ୍ଠ ଦୀପ ମୁଖ୍ୟ ଅତିଥି ରୂପେ ଏବଂ ବିରେନ୍ଦ୍ର ପ୍ରଧାନ, ଅଜିତ ବିଶ୍ବାଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପରବାହାଲ ଦଳର ଦେବ ଓ ବାଟତେରମା ଦଳର ମୁକେଶଙ୍କୁ ମେନ ଅଫ୍‌ ଦି ମେଚ୍‌ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚରେ ଉମେଶ, ହନୁ ଓ ସନମ ଅମ୍ପାୟାରିଂ ଏବଂ ସୁଜିତ ଓ ଲାଲୁ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ଦେବାଶିଷ ଚକ୍ରବର୍ତ୍ତୀ, ରିଙ୍କୁ ସାହୁ ଓ ଦେବାଶିଷ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ । ଅନୀଲ, ଦୀନେଶ, ରାଜୁ ପ୍ରବୀଣ, ପରେଶ, ହରେଶ, ଛୋଟୁ, ବାଦଲ, ଅରବିନ୍ଦ, ନିଖିଲ ଓ ଗେଲୁ ସହଯୋଗ କରିଥିଲେ । ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

nrusinghnath
Leave A Reply

Your email address will not be published.