jsm

ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ସଇଁନ୍ତଲା ସଫଳତା

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭୁବନେଶ୍ୱର ସ୍ଥିତ ରେଲୱେ ଇଣ୍ଡୋର୍‌ ଷ୍ଟାଡିୟମ ଠାରେ ଜୋନ୍‌ ଓଡ଼ିଶା ଷ୍ଟେଟ କରାଟେ ଚାମ୍ପିୟାନସିପ୍‌ ଆୟୋଜନ ହୋଇଥିଲା । କରାଟେ ଏସୋସିଏସନ୍‌ ଅଫ୍‌ ଇଣ୍ଡିଆରେ ସାଧାରଣ ସମ୍ପାଦକ ହାନସି ରଜନିସ ଚୌଧୁରୀ ଏବଂ ଓଡ଼ିଶା ଏମ୍‌ଚର କରାଟେ ଏସୋସିଏସନର ସଭାପତି ସିହାନ ଏସ. ଏସ. ହରିଚନ୍ଦନ, ସମ୍ପାଦକ ଯୋଗେଶ୍ୱର ବେହେରା ଏବଂ ସାଙ୍ଗଠନିକ ସମ୍ପାଦକ ସିହାନ ବଳରାମ ନାଏକଙ୍କ ଦ୍ଵାରା ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗୋଜୁରିୟୋ କରାଟେ ସ୍କୁଲ ଇଣ୍ଡିଆ ପକ୍ଷରୁ ସିହାନ ଅଶୋକ କୁମାର ନାଗଙ୍କ ନେତୃତ୍ୱରେ ୩୯ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଓମ୍‌ ଭୂଷଣ ନାଗ, ସିହାନ ନାଗଦତ୍ୟ, ଡ଼ ମନୀଷା, ମୀରା ସ୍ୱାଇଁ, ଭକ୍ତ ବଂଶୀ ସ୍ୱର୍ଣ୍ଣ ପଦକ, ରୂପେଶ ନାଗ ରୌପ୍ୟ ପଦକ, ରେବତୀ ସୁନା, ଆର ଆଲିଶା, ପ୍ରିୟଙ୍କା ମିଶ୍ର, ଶ୍ରୁତିପ୍ରଜ୍ଞା ଭୋଇ, ବେଦାନ୍ତ ସାହୁ, ପ୍ରିୟାଶ ପୃଷେଠ, ରାଘବ ଭୋଇ, ପ୍ରିନ୍ସ ବାଗ, ଅଶ୍ଲେଷା ଅଗ୍ରୱାଲ କାଂସ୍ୟ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି ।

yuvodaya
Leave A Reply

Your email address will not be published.