oom

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୋଭିଡ ସଚେତନତା ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ

jsmm

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ପକ୍ଷରୁ କରୋନା ସଚେତନତା ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ଭୀମ ଭୋଇ ଆଦିବାସୀ ଯୁବକ ସଂଘ ଝିଙ୍କିଡୁଙ୍ଗୁରି ଏବଂ ଜୟ ଜଗନ୍ନାଥ ଯୁବକ ସଂଘ ଗୁରୁଣ୍ଡାର ସଦସ୍ୟ ଉପସ୍ଥିତ ରହି ସଫେଇ କରିଥିଲେ । ନେହେରୁ ଯୁବ କେନ୍ଦ୍ର ମୁରିବାହାଲ ବ୍ଲକର ସ୍ବେଚ୍ଛାସେବୀ ନରୋତ୍ତମ ତାଣ୍ଡିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ସଂଗ୍ରାମ କେଶରୀ ନାଏକ, ବିପିଏମ୍‌ ଓମିଓ ରାଜପୁଲିଆ ତଥା ରଞ୍ଜିତ ଭରାସାଗର, ଶାନ୍ତି କୁମ୍ଭାର, ସାମାଜିକ କର୍ମୀ ନୀଳାମ୍ବର ବେହେରା, ଚଉବାହା ଭୋଇ, ରାମଚନ୍ଦ୍ର ଭୋଇ, ସୋମ ଶେଖର ଭୋଇ, ଦୁଃଖୀଶ୍ୟାମ ଭୋଇ, ତ୍ରିନାଥ ଭୋଇ, ବୈଦ୍ୟନାଥ ଭୋଇ, ସୁଶୀଳ ଭୋଇ, ଦିଗାମ୍ବର ଭୋଇ, ବୈକୁଣ୍ଠ ଛୁରା, ଲକ୍ଷ୍ମଣ ବୈଠାରୁ, ବିକାଶ ସରାଫ, ପ୍ରମୋଦ ସରାଫ, ଆଶିଷ ବେହେରା, ରବିନ୍ଦ୍ର ସରାଫ, ସୁବୋଧ ସରାଫ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.