csstore

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକର (ବି) ଫଟକରା ଗ୍ରାମ ପଞ୍ଚାୟତ ହାଇସ୍କୁଲ ପରିସରରେ ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ଏକ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରୁଦ୍ରମଣି କର୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ପୂର୍ବ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ବାବୁ, ଓଷ୍ଟା ଆଗଲପୁର ସଂପାଦକ ତାରାକାନ୍ତ ମିଶ୍ର, ଜିଲ୍ଲା ଉପସଭାପତି ସୁଧିର ନାଏକ, ବଲାଙ୍ଗିର ବ୍ଲକ ସଂପାଦକ ଶଙ୍କର ପ୍ରସାଦ ମିଶ୍ର ଯୋଗଦେଇଥିଲେ । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ବଗର୍ତ୍ତି ଉପସ୍ଥିତ ଥିଲେ । ଉଭୟ ସୁଧିର ନାଏକ ଓ ଶଙ୍କର ପ୍ରସାଦ ମିଶ୍ର ଜିଲ୍ଲାରୁ ଅବ୍‌ଜାଭର ରୂପେ ଆସି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ପୂର୍ବ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ପୁଇଁନ୍ତଲା ବ୍ଲକ ଶିକ୍ଷକ ସଂଘ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ରୁଦ୍ରମଣି କର୍ମୀ, କାର୍ଯ୍ୟକାରୀ ସଭାପତି ଅଜିତ ଗୁରୁ, ଉପସଭାପତି ଅରବିନ୍ଦ ପଧାନ, ରଞ୍ଜିତ ମିଶ୍ର, ମଞ୍ଜୁଲତା ସାହୁ, ସଂପାଦକ ପୂର୍ଣ୍ଣଚନ୍ଦ୍ର ମେହେର, ଯୁଗ୍ମ ସଂପାଦକ ଦିଲିପ କୁମାର ବାରିକ, ଡମ୍ବରୁଧର ପ୍ରଧାନ, ସୁନିତା ହୋତା, କାର୍ଯ୍ୟକାରୀ ମେମ୍ବର ଯୋଗେନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ନାଏକ, ଅକ୍ଷୟ କୁମାର ମଙ୍ଗରାଜ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ନାରାୟଣ ମିଶ୍ର, ଧନୁର୍ଦ୍ଧର ସାହୁଙ୍କୁ ଚୟନ କରାଯାଇଥିଲା ।

jayashree
Leave A Reply

Your email address will not be published.