ସଇଁତଲା ଅଞ୍ଚଳରେ ସଟ୍ ଡାଉନକୁ ସମ୍ପୁର୍ଣ୍ଣ ସହଯୋଗ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶନିବାରରୁ ମଙ୍ଗଳବାର ପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ସଟଡାଉନ ଘୋଷଣା କରାଯାଇଛି । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ବ୍ଲକରେ ମଧ୍ୟ ସଟଡ଼ାଉନର ପ୍ରଭାବ ବେଶ ରହିଥିଲା । ବ୍ଲକର ବିଭିନ୍ନ ସ୍ଥାନରେ ସମସ୍ତ ଔଷଧ ଦୋକାନ, ପେଟ୍ରୋଲ ପମ୍ପ, କ୍ଷୀର ବୁଥ, ଏଟିଏମ ଓ ଜରୁରୀ ସେବାକୁ ଖୋଲା ରଖିଥିବା ବେଳେ ଅନ୍ୟାନ୍ୟ ଵ୍ୟଵସାହିକ ପ୍ରତିଷ୍ଠାନ ଓ ବିଭିନ୍ନ ସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ବଲାଙ୍ଗୀର ଏବଂ ଭବାନୀପାଟଣାକୁ ସଂଯୋଗ ହୋଇଥିବା ଜାତୀୟ ରାଜପଥ୨୬ରେ ପରିବହନ ଗାଡିମଟର ଚଳାଚଳକୁ ଛାଡି ଅନ୍ୟାନ୍ୟ ଗାଡିମଟର ଚଳାଚଳ ବନ୍ଦ ରହିଛି । ସଇଁନ୍ତଲା ସମେତ ବ୍ଲକର ବିଭିନ୍ନ ସ୍ଥାନରେ ବ୍ଲକ ପ୍ରଶାସନ ତରଫରୁ କଡାକଡୀ ବ୍ୟବସ୍ତା କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଯାଞ୍ଚକୁ ମଧ୍ୟ କଡାକଡି କରାଯାଇଥିଲା।କୃଷକ ବଜାର ତଥା ବିଭିନ୍ନ ସାର ଦୋକାନ, ଡେଲି ମାର୍କେଟ, ଓ ରାସ୍ତକଡ଼ରେ ବସି ପନିପରିବା ବିକ୍ରି କରୁଥିବା ବ୍ୟବସାୟ ଖାଁ ଖାଁ ପରିଲଖିତ ହେଉଛି । ରାତ୍ରି ସମୟରେ ପୂର୍ବରୁ କର୍ଫୁ ବଲବତ୍ତର ରହିଥିବା ବେଳେ ସଟଡାଉନ ଯୋଗୁ ରାତ୍ରିକାଳୀନ କର୍ଫୁକୁ ଆହୁରି କଡାକଡି କରାଯାଇଛି । ସେହିପରି ଗ୍ରାମାଞ୍ଚଳ ଗୁଡ଼ିକରେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସମ୍ପୁର୍ଣ୍ଣ ମାତ୍ରାରେ ଜନସାଧାରଣ ସହଯୋଗ କରୁଥିବା ପରିଲକ୍ଷିତ ହେଉଛି । ତେବେ ଆଜି ଝିପି ଝିପି ବର୍ଷାରେ ମଧ୍ୟ ସଇଁନ୍ତଳା ଅଞ୍ଚଳ ସମ୍ପୁର୍ଣ୍ଣ ମାତ୍ରାରେ ସଟ୍ ଡାଉନ୍ ହୋଇଯାଇଛି ।

Leave A Reply

Your email address will not be published.