oom

ଓଡ଼ିଶାରୁ ୧୭୩୪ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରେ ସର୍ବାଧିକ ୩୪୨

jsmm

ଭୁବନେଶ୍ୱର, (କେପିଏନ୍ଏସ୍) : ଆହୁରି ବ୍ୟାପୁଛି କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଓଡ଼ିଶାରୁ ପୁଣି ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୧୦୭୫ କ୍ୱାରେନଣ୍ଟାଇନ୍ରୁ ହୋଇଥିବା ବେଳେ ୬୫୯ ଜଣ ସ୍ଥାନୀୟ ଅଂଚଳର ବୋଲି କୁହାଯାଇଛି । ତେବେ ଅନୁଗୁଲରୁ ୪, ବାଲେଶ୍ୱରରୁ ୭୩, ବରଗଡ଼ରୁ ୫୧, ଭଦ୍ରକରୁ ୫୮, ବଲାଙ୍ଗିରରୁ ୬, କଟକରୁ ୧୭୭, ଦେବଗଡ଼ରୁ ୫, ଢେଙ୍କାନାଳରୁ ୨୯, ଗଜପତିରୁ ୮୫, ଗଂଜାମରୁ ୨୨୨, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨୪, କନ୍ଧମାଳରୁ ୫୯, କେନ୍ଦ୍ରାପଡ଼ାରୁ ୨, କେଉଁଝରରୁ ୨୭, ଖୋର୍ଦ୍ଧାରୁ ୩୪୨, କୋରାପୁଟରୁ ୬୦, ମାଲକାନଗିରିରୁ ୫୨, ମୟୁରଭଂଜରୁ ୩୫, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୧୦୬, ନୂଆପଡ଼ାରୁ ୨୨, ପୁରୀରୁ ୫୫, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୪, ସୋନପୁରରୁ ୧୩ ଏବଂ ସୁନ୍ଦରଗଡ଼ରୁ ୧୨୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.