jsm

ମାଁ ସମଲେଶ୍ୱରୀ ରୋଷେୟା ସଂଘର ନୂଆଁଖାଇ ଭେଟଘାଟ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ରୋଷେୟାମାନଙ୍କୁ ନେଇ ଗଠନ ହୋଇଥିବା ମାଁ ସମଲେଶ୍ୱରୀ ରୋଷେୟା ସଂଘର ନୂଆଖାଇ ଭେଟଘାଟ କାର୍ୟ୍ୟକ୍ରମ ହୋଇଯାଛି । ଏହି ଭେଟଘାଟ କାର୍ୟ୍ୟକ୍ରମରେ ଉପଦେଷ୍ଟା ବିଶ୍ୱମୟ ପୂଜାରୀ ସମସ୍ତଙ୍କୁ ନୁଆଁଖାଇର ଅଭନନ୍ଦନ ଦେବା ସହ ମହାମାରୀ ପାଇଁ ବିବାହ, ବ୍ରତ ଆଦି ସାମାଜିକ ଅନୁଷ୍ଠାନ ଗୁଡିକ ବନ୍ଦ ଥିବା ବେଳେ ରୋଷେୟାମାନଙ୍କ ଭାଙ୍ଗି ପଡିଥିବା ଅର୍ଥନୈତିକ ଅବସ୍ଥା ଉପରେ ଚିନ୍ତା ପ୍ରକଟ କରିଥିଲେ । ତେବେ ସଂଘ ଆଗକୁ କିଭଳି କାର୍ୟ୍ୟପନ୍ଥା ଗ୍ରହଣ କରିବ ସେଉପରେ ସମସ୍ତ ସଦସ୍ୟ ସବିଶେଷ ଆଲୋଚନା କରିଥିଲେ । ଏହି ସଭାରେ ସଭାପତିତ୍ୱ ବସନ୍ତ କୁମାର ତ୍ରିପାଠୀ କରିଥିବା ବେଳେ ଏହି ଭେଟଘାଟ ଉତ୍ସବରେ ଉପ-ସଭାପତି ଆକୁଳ ରଥ, ସମ୍ପାଦକ ଗୋକୁଳ ମିଶ୍ର, ସହ-ସଂପାଦକ ଦିବାକର ମିଶ୍ର, କୋଷାଧ୍ୟକ୍ଷ ଗଦାଧର ପଣ୍ଡା, ସହ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମିଶ୍ର ଓ ସହ ରୋଷେୟା ଉପସ୍ଥିତ ଥିବା ବେଳେ ଏହି ଭେଟଘାଟ କାର୍ୟ୍ୟକ୍ରମରେ ସୁମନ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.