jayashree

ନିଜ ନୌସେନାକୁ ବଳଶାଳୀ କରୁଛି ଚୀନ୍‌

ନୂଆଦିଲ୍ଲୀ : ଚୀନ୍‌ ଦୁନଆଁର ସବୁଠୁ ବଡ଼ ନୌସେନା ଗଢ଼ି ଭାରତକୁ ଘେରେଇବାକୁ ଚେଷ୍ଟା ଆରମ୍ଭ କରିଛି । କିଛି ବର୍ଷ ହେଲା ନିଜର ନୌସେନାକୁ ଅଧିକ ବଳଶାଳୀ କରିବାରେ ଲାଗିପଡ଼ିଛି ଚୀନ୍‌ । ଚୀନ୍‌ ଚାହୁଁଛି ଯେ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ମ୍ୟାମାର୍‌ରେ ନିଜର ନୌସେନା ଆଡ୍ଡା ପ୍ରତିଷ୍ଠା କରିବା ସହ ସେ ଇଣ୍ଡିଆ-ପାକିସ୍ତାନ ରିଜନ୍‌ରେ ନିଜର ନୌସେନା ଆଡ଼୍‌ଡ଼ା ପ୍ରସ୍ତୁତ କରିବାକୁ ଚାହୁଁଛି । ଭାରତକୁ ଏ ଦିଗରେ ସଚେତନ ହୋଇ ହିନ୍ଦ ମହାସାଗରରେ ନିଜର ନୌସେନା ଶକ୍ତି ବୃଦ୍ଧି କରିବା ନିହାତି ପ୍ରୟୋଜନ ହୋଇପଡ଼ିଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଚୀନ ପାଖରେ ୩୫୦ ଯୁଦ୍ଧତୋପ ଏବଂ ପନ୍‌ଡୁବ୍‌ବି ରହିଛି । ଏ ମଧ୍ୟରୁ ୧୩୦ରୁ ଅଧିକ ସର୍‌ଫେସ୍‌ କାମ୍ବେଟେନ୍‌ସ୍‌ ଅଛି । ଆମେରିକା ପାଖରେ ୨୯୩ ଯୁଦ୍ଧତୋପ ରହିଥିôବା ବେଳେ ଚୀନଠାରୁ ଆମେରିକାର ଯୁଦ୍ଧତୋପ ଅଧିକ ଅତ୍ୟାଧୁନିକ ନିଶ୍ଚୟ । ଚୀନ୍‌ ତୁଳନାରେ ଭାରତରେ ନୌସେନା କ୍ଷେତ୍ରରେ କମ୍‌ ଶକ୍ତି ରହିଥିବା ବେଳେ ଗୋଟିଏ ଏୟାର୍‌କ୍ରାଫ୍ଟ କେରିଅର୍‌, ଏକ ଉଭୟଚର ଟ୍ରାନ୍ସପୋର୍ଟ ଡଙ୍କ, ୮ଟି ଲାନ୍‌ଡିଂ ଟ୍ୟାଙ୍କ୍‌ସ୍‌, ୧୧ଟି ଡେଷ୍ଟ୍ରୋୟର୍‌, ୧୩ଟି ଫ୍ରିଗେଟ୍‌ସ୍‌, ୧୦ ଲାର୍ଜ ଆଫସୋର୍‌ ପେଟ୍ରୋଲ୍‌ ୱେସସ୍‌, ୪ ଫ୍ଲିଟ୍‌ ଟେଙ୍କର ଆଉ ଅନ୍ୟ କିଛି ବାହାନ ମଧ୍ୟ ରହିଛି । ଏହା ସହିତ ୧୫ ଇଲେକ୍ଟ୍ରିକ୍‌ ଡ଼ିଜେଲ୍‌ ଆପରେଟଡ଼୍‌ ପନ୍‌ଡୁବ୍‌ବି ଏବଂ ୨ ପରମାଣୁ ପନ୍‌ଡୁବ୍‌ବି ମଧ୍ୟ ରହିଛି ଭାରତ ପାଖରେ ।

Leave A Reply

Your email address will not be published.