ଜାଲ ସାର୍ଟିଫିକେଟରେ ଚାକିରୀ : ଧରାପଡ଼ିଲେ ୧୨ ଜଣ ଶିକ୍ଷକ

କେନ୍ଦୁଝର, (କେପିଏନ୍‌ଏସ୍‌) : ଜାଲ୍‌ ବିଇଡ଼ି ସାର୍ଟିଫିକେଟ୍‌ ଦେଇ ଚାକିରୀ କରୁଥିବା ୧୨ ଜଣ ଶିକ୍ଷକ କେଉଁଝର ଜିଲ୍ଲାରେ ଧରା ପଡ଼ିଥିବା ବେଳେ ଏ ଖବରକୁ ନେଇ ସାରା ଶିକ୍ଷକ ଜଗତରେ ଚାଂଚଲ୍ୟ ଖେଳି ଯାଇଛି । ଗତ ତିନି ବର୍ଷ ମଧ୍ୟରେ ସର୍ବଶିକ୍ଷା ଅଭିଯାନ ଅଧୀନରେ ଯୋଗଦାନ କରିଥିବା କେତେକ ଜୁନିଅର ଶିକ୍ଷକଙ୍କ ବିଇଡ଼ି ସାର୍ଟିଫିକେଟ୍‌ ଜାଲ୍‌ ବୋଲି ଜଣାପଡ଼ିବା ପରେ ଯାଂଚ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକ୍‌ର ୧୨ ଜଣ ଶିକ୍ଷକ ବିଇଡ଼ି ସାର୍ଟିଫିକେଟ୍‌ ଦେଇ ଚାକିରୀ କରୁଥିବା ଜଣାପଡ଼ିଛି । ତେବେ ଏହି ଜାଲ୍‌ କାର୍ଯ୍ୟକଳାପ ଧରାପଡ଼ିବା ପରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସଂପୃକ୍ତ ଶିକ୍ଷକମାନଙ୍କ ବିରୋଧରେ ଏତାଲା ଦେବାକୁ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.