ଓଡ଼ିଶାରେ ପୁଣି ବଢ଼ୁଛି ସଂକ୍ରମଣ : ଗତ ୨୪ ଘଂଟାରେ ୩୬୩୧ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ପୁଣି ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୬୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ସେମାନଙ୍କ ମଧ୍ୟରୁ ୨୨୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୪୧୭ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୧, ବାଲେଶ୍ୱରରୁ ୧୧୪, ବରଗଡ଼ରୁ ୨୩୮, ଭଦ୍ରକରୁ ୧୮୬, ବଲାଙ୍ଗିରରୁ ୩୯, ବୌଦ୍ଧରୁ ୨୭, କଟକରୁ ୩୭୦, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୫୬, ଗଜପତିରୁ ୯, ଜଗତସିଂହପୁରରୁ ୭୯, ଯାଜପୁରରୁ ୧୨୭, ଝାରସୁଗୁଡ଼ାରୁ ୮୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୮୫, କେଉଁଝରରୁ ୮୦, ଖୋର୍ଦ୍ଧାରୁ ୭୨୨, କୋରାପୁଟରୁ ୯୩, ମାଲକାନଗିରିରୁ ୫୫, ମୟୁରଭଂଜରୁ ୩୬୫, ନବରଙ୍ଗପୁରରୁ ୪୬, ନୟାଗଡ଼ରୁ ୧୦୦, ନୂଆପଡ଼ାରୁ ୪୯, ପୁରୀରୁ ୧୫୭, ରାୟଗଡ଼ାରୁ ୧୧୧, ସମ୍ବଲପୁରରୁ ୬୮, ସୋନପୁରରୁ ୫୦ ଏବଂ ସୁନ୍ଦରଗଡ଼ରୁ ୯୫ ଜଣ ପଜିଟିଭ୍‌ ବାହାରିଛନ୍ତି । ଆଜି ଯାଏଁ ୧୧୩୪୧୧ ଜଣ ପଜିଟିଭ୍‌ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୪୦୭୩ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.