jayashree

ଭିକ୍ ମାଗି କୁଟୁମ୍ ପୁଷୁଛନ୍‌ ସାଂରଗି କଲାକାର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକର କୁଟୁମଡୋଲା ପଂଚାୟତର ଦୁଆନପାଲି ଗାଁର୍ ଲୋକ୍ କଲାକାର୍ ବିରଂଚି ନାଏକ୍ ( ୬୦) ଇହାଦେ ଭିକ୍ ମାଗିକରି କୁଟୁମ ପୁସୁଛନ୍ । ଗଲା ତିରିଶ୍ ବଛର୍ ଧରି ଲୋକ୍ ବାଦ୍ୟ ସାରଂଗି ହେଇଛେ ତାକର୍ ଜୀବନ୍‌ ଜୀବିକାର୍‌ ଆଶାବାଡି । ସକାଲ୍ ସକାଲ୍ ଥିର ଢୁକେ ପିଇ ଦେଇକରି ହାତେ ସାଂରଗି ଆର ଝୁଲାମୁନାଟେ ଧରି ବାହାରି ପଡସନ ପାଖର୍ ଆଖର୍ ଗାଁକେ ଭିକ୍ ମାଗି । ବେଲ୍ ବୁଡିଗଲେ ଘୁଚସନ୍ ତାକର୍ କୁରିଆକେ, ଯାହା ପାଇଥିବେ ଧରିକରି । ଇଟା ହଉଛେ ତାକର ସବୁଦିନିଆ କଥା । ହେଲେ ଗଲା ମାର୍ଚ୍ଚ ମାସୁ କରୋନାର ବଏକା ଲାଗିଥିବାର ଲାଗି ସେ ଘରୁ ବାହାରି ନାଇଁ ପାରବାର୍ ବଲି ତାକର ଜୀବନ ଜୀବିକା ଥି ଇହାଦେ ଘୋର ସମସ୍ୟା ଦେଖା ଦେଇଛେ । ତାକର କୁଟୁମ ଖୋବ୍ ଗୁଲଗୁଲା ଥି ଚଲୁଛନ୍ ।
ଆମେ ତାକର ଗୁଲଗୁଲା ଖବର ପାଇକରି ତାକର ଘରକେ ପୁହୁଁଚିଥିଲୁଁ ବେଲକେ ସେ ଝନାଦୁ ଲୋକକୁ ବସେଇକରି ମୁରଦୁଂଗ ବଜେଇ ଭଜନ ଗାଉଥିଲେ।
ଆମେ ସାରଂଗି ବଜାବାର ଛାଡି ଦେଲ କାଏଁ ବଲି ପଚରାବାରକେ ସେ ସାଂରଗିର ଛାଲ ଫାଟିଗଲା ବଲି କହେଲେ ଆର ଆନିକରି ଦୁଖର ସହିତ ଦେଖେଇ ଥିଲେ ।
ଏତକି ଥି କଥା ନାଇଁ ସରି ସେ ଆମକୁ ତାକର କଲାକାର ଜୀବନ ଥି ପାଇଥିବାର ଲୋକ ମହୋତ୍ସବ ଆର ଭିନେ ଭିନେ ଅନୁଷ୍ଠାନ ତରଫୁ ପାଇଥିବାର ପ୍ରମାଣ ପତର ବି ଖୋବଟେ ଦେଖେଇ ଥିଲେ । ଆର ବିନତି କରି ଦୁଖି ମୁହେଁ କହୁଥାନ୍ କି ସରକାରୀ ଲୋକ ମହୋତ୍ସବ ଥି ଫି ବଛର ଇ ସାର୍ଟିଫିକେଟ ଦେସନ୍, ହେଲେ ଏଭର କଲାକାର ଗୁଟେ ସରକାର ତରଫୁ କଲାକାର ଭତା ପାଉଛେ ଆର ମୁଇଁ ତିରିଶ ବଛର ଧରି ଲୋକ କଲାକାରର ମାଏନତା ପାଇଥିଲେ ବି ମତେ ସରକାରୀ କଲାକାର ଭତା ନାଇଁ ମିଲବାର୍ ବଲି ଅଭିମାନ କରି ଅଭିଯୋଗ ବି କରୁଥିଲେ।
ଆଗକେ ସରକାର କଲାକାର ଭତ୍ତାରେ ସାମିଲ କଲେ ଏନତା ଲୋକକଲାକେ ବଅଁଚେଇ ପାରବେ କଲାକାର ବିରଂଚି ନାଏକ୍ ବଲି ଆମର୍ ଆଶା ଆର ବିଶ୍ୱାସ ।

Leave A Reply

Your email address will not be published.