ଆଗଲପୁର ତହସିଲ କାର୍ୟ୍ୟାଳୟରେ ଘରଭଙ୍ଗା ପଲିଥିନ ନେବା ପାଇଁ କୋରନା ନିୟମକୁ ଭାଙ୍ଗି ଲୋକଙ୍କ ଭିଡ

ଆଗଲପୁର, (ଦେବାଶିଷ ପଧାନ) : ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କୋଭିଡ କଟକଣାକୁ ଉଲଂଘନ କରି ଜନସାଧାରଣ ତହସିଲ କାର୍ୟ୍ୟାଳୟ ଓ ପାଖରେ ଥିବା ଆର୍‌ଆଇଙ୍କ କାର୍ୟ୍ୟାଳୟରେ ପ୍ରତିଦିନ ମାର୍କ୍ସ ନ ପିନ୍ଧି ଶହ ଶହ ସଂଖ୍ୟାରେ ଲୋକମାନେ ଭିଡ ଜମାଉ ଥିବାର ଦେଖାଯାଉଛି । କର୍ମଚାରୀମାନେ ମଧ୍ୟ ଲୋକମାନଙ୍କୁ ଭିଡ କରିବାର ସୁଯୋଗ ଦେଉଛନ୍ତି ଓ ବାରଣ କରୁନାହାନ୍ତି । ଘର ଭାଙ୍ଗିନଥିବା ଲୋକମାନଙ୍କୁ ପଲିଥିନ ଦିଆଯାଉଛି ଓ ପ୍ରକୃତରେ ହିତାଧିକାରୀ ଏଥିରୁ ବାଦ ପଡୁଛନ୍ତି ବୋଲି ଘର ଭାଙ୍ଗିଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଏପରି ପକ୍ଷପାତ କରାଗଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଉଛନ୍ତି । ଏଥିପ୍ରତି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବୀ କରୁଛନ୍ତି ।

Leave A Reply

Your email address will not be published.