jsm

୫୯ତମ ବଲାଙ୍ଗିର ଜିଲ୍ଳା ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳା ସାମ୍ବାଦିକ ସଂଘର ୫୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । କରୋନା ପରିସ୍ଥିତି ଯୋଗୁଁ ନିରାଡମ୍ବର ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କେବଳ ସଂଘର ସୀମିତ ସଭ୍ୟମାନଙ୍କ ସମାଗମରେ ନିରାଡମ୍ବର ଭାବେ ସାମ୍ବାଦିକ ସଂଘର ପତାକା ଉତ୍ତୋଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ସଭ୍ୟ ସତ୍ୟନାରାୟଣ ବେହେରା, ସୁଧୀର କୁମାର ପଣ୍ଡା, ସୋମନାଥ ଆଚାର୍ଯ୍ୟ, ଗୋପବନ୍ଧୁ ଶତପଥୀ, ନବୀନ କୁମାର ପଶାୟତ, ସଭାପତି ହରିନାରାୟଣ ପୂଜାରୀ, ସାଧାରଣ ସଂପାଦକ ବଳରାମ ମିଶ୍ର, ଉପ ସଭାପତି ଆନଂଦ ଚଂଦ୍ର ସାହୁ, ସାଂଗଠାନିକ ସଂପାଦକ ଶରତ ଚନ୍ଦ୍ର ମିଶ୍ର, ସଂପାଦକ ରଂଜିତ ବେହେରା, ଶରତ ମହାକୁର, ସୁଧୀର ମିଶ୍ର, ସନ୍ଦୀପ କୁଅଁର, ଦେବାଶିଷ ମିଶ୍ର, ସଚିଦାନନ୍ଦ ବଗର୍ତ୍ତି, ଅନ୍ତର୍ଯାମୀ ସାହୁ, ମୁନା ଗୌଡ, ଶମ୍ଭୁ ସାହୁ, କର୍ଣ୍ଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ପାଳିତ ହେବ ବୋଲି ସଭାପତି ଶ୍ରୀ ପୂଜାରୀ କହିଛନ୍ତି ।

yuvodaya
Leave A Reply

Your email address will not be published.