csstore

ଆଇ.ଆର୍.ଇ.ଏଲ୍. ପକ୍ଷରୁ ତାମ୍ପରାଠାରେ ବିଶ୍ଵ ପରିବେଶ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ତରଫରୁ ଛତ୍ରପୁର ନିକଟସ୍ଥ ଟ୍ୟୁରିଜିୟମ୍ ସ୍ପଟ୍ ମଧୁର ଜଳ ହ୍ରଦ “ତାମ୍ପରା” ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହେଇଯାଇଛି । ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷ ଶ୍ୟାମସୁନ୍ଦର ମଲ୍ଲିକ, ଡି.ଜି.ଏମ୍. (ସି.ଏସ. ଆର୍.) ଙ୍କ ପୌରହିତ୍ୟରେ
“ତାମ୍ପରା” ପରିସର ଜଳକ୍ରୀଡା ଉଦ୍ୟାନ ତଥା “ତାମ୍ପରା” ଲେକ୍-ଭ୍ୟୁ ପାର୍କ ଆଦି ସଫେଇ କରାଯାଇ ପରିବେଶ ସୁରକ୍ଷା ଉପରେ ଜନସଚେତନତା ସୃଷ୍ଟି କରାଯାଇଛି । ଆଇ.ଆର୍.ଇ.ଏଲ୍. ମ୍ୟାନେଜର ରିସର୍ଚ୍ଚ ମନୋଜ ନାୟକ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଏଠାରେ ନିୟୋଜିତ ଥିବା ମିଶନଶକ୍ତି ର ଭଉଣୀମାନଙ୍କୁ ତାମ୍ପରା ଷ୍ଟାଫ୍, କର୍ମଚାରୀ, ସିକ୍ୟୁରିଟୀ ଗାର୍ଡ, ଏବଂ କିଛି ସହଯୋଗୀ ସ୍ୱେଚ୍ଛାସେବୀ ଗୋଷ୍ଠୀଙ୍କୁ ନେଇ “ତାମ୍ପରା” ପରିସରରେ ବୃକ୍ଷ ରୋପଣ କରାଯାଇଛି । ବୃକ୍ଷ ରୋପଣ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ଏହାର ଯତ୍ନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଆଲୋଚନା ହୋଇଥିଲା । ବୃକ୍ଷ, ଲତା, ସବୁଜିମାର ସୁରକ୍ଷା କରିବାର ଆବଶ୍ୟକତା ବିଷୟରେ ଆଲୋକପାତ କରି ଜନ ସଚେତନତା ସୃଷ୍ଟି କରାଯାଇଛି । ପ୍ଲାଷ୍ଟିକ ବୋତଲର ବ୍ୟବହାରିକ ପ୍ରଥା ଏକ ବେଆଇନ ବୋଲି ଘୋଷଣା କରାଯିବା ସାଂଗକୁ ପ୍ଲାଷ୍ଟିକ ବର୍ଜନ, ପ୍ଲାଷ୍ଟିକ ବୋତଲ ଆଦି ଜଳାଶୟ ମାନଙ୍କରେ ଏଣେ ତେଣେ ଫିଙ୍ଗା ଫୋପଡ଼ା କରିବା ଦ୍ୱାରା ଆମ ପରିବେଶ ପ୍ରଦୂଷିତ ହେବ ଏଥି ପ୍ରତି ଧ୍ୟାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଡି.ଜି.ଏମ୍. (ସି.ଏସ. ଆର୍.) ଶ୍ୟାମସୁନ୍ଦର ମଲ୍ଲିକ ମତବ୍ୟକ୍ତ କରିଥିଲେ । ବିଶ୍ଵ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷା ଉପରେ ଜନ-ସଚେତନତା ଏବଂ ବୃକ୍ଷ ରୋପଣ କରାଯିବା ସାଂଗକୁ “ତାମ୍ପରା” ର ଅନ୍ତେବାସୀ ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ଝୋଟରେ ତିଆରି ବ୍ୟାଗ୍ ଏବଂ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.