csstore

ବିଦ୍ୟୁତ ତାର ଲାଗି ଯୁବକଙ୍କ ପ୍ରାଣହାନୀ

ସୋନପୁର, (କେପିଏନ୍‌ଏସ୍‌) : ବିଦ୍ୟୁତ ତାର ଲାଗିବା ଫଳରେ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଛି । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ରାଏପାଲିର ଅଭିମନ୍ୟୁ ବାଘ (୧୮) ଏହି ଘଟଣାର ଶିକାର ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ତାଙ୍କ ବାସଗୃହର କବାଟ ଉପରେ ଏକ ବିଦ୍ୟୁତ ତାର ଯାଇଥିବା ବେଳେ ସେ କବାଟ ବନ୍ଦ କରିଦେବାରୁ କବାଟ ଚାପରେ ତାର ଛିଣ୍ଡି ଯାଇଥିଲା ଏବଂ ଅଭିମନ୍ୟୁ ସେହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.