csstore

ଆଜି ୭୧ ଜଣ ଆକ୍ରାନ୍ତ ବଲାଙ୍ଗିର ଜିଲ୍ଲାରେ : ବଲାଙ୍ଗିର ପୌରାଂଚଳରୁ ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୮ ଜଣ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ସଂପୃକ୍ତ ପୌରାଂଚଳର ଏବିଏସ୍‌ଏସ୍‌ ରୋଡ଼ରୁ ୧, ସରକାରୀ କୋଲ୍‌ଡ଼୍‌ ଷ୍ଟୋରେଜ କଲୋନୀରୁ ୧, ଗାନ୍ଧୀନଗରପଡ଼ାରୁ ୨, କଂସାରୀପଡ଼ାରୁ ୧, ଗେଟ୍‌ସରୋବରପଡ଼ାରୁ ୧, ରୁଗୁଡ଼ିପଡ଼ାରୁ ୩, ସୁଦପଡ଼ାରୁ ୧, ରାଧାରାଣୀପଡ଼ାରୁ ୫, ଅଫିସର କଲୋନୀରୁ ୧, ପେଲେସ୍‌ ଲାଇନ୍‌ରୁ ୫, ରାମେଶ୍ୱରନଗରରୁ ୧, ବଡ଼ପଡ଼ାରୁ ୨, ଡୁଙ୍ଗୁରିପଡ଼ାରୁ ୨ ଓ ସିଭିଲ୍‌ କୋର୍ଟ ଅଂଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଂଚଳର ପୁଇଁନ୍ତଲା ବ୍ଲକ୍‌ ସିଲେଟପଡ଼ାରୁ ୧ ଓ ଝାରବଲାଙ୍ଗିରରୁ ୧, ଗୁଡ଼ଭେଲାରୁ ୧, ବଲାଙ୍ଗିର ବ୍ଲକ୍‌ ସିନ୍‌ଖମନ୍‌ରୁ ୧, ଦେଓଗାଁ ବ୍ଲକ୍‌ ଉପରଝରରୁ ୧, ଲୋଇସିଂହାରୁ ୨, ପୁଇଁନ୍ତଲା ବ୍ଲକ୍‌ ସିକାବାହେଙ୍ଗାରୁ ୧, ତୁରେକେଲା ବ୍ଲକ୍‌ ଖୁଟୁଲୁମୁଣ୍ଡାରୁ ୧, ପୁଇଁନ୍ତଲା ବ୍ଲକ୍‌ ରଣ୍ଡାରୁ ୧, ଆଗଲପୁର ବ୍ଲକ୍‌ ଡୁଙ୍ଗୁରିପାଲିରୁ ୫ ଓ ଇନ୍‌ସାରୁ ୨, ଦେଓଗାଁ ବ୍ଲକ୍‌ କରୁଆଁଝରରୁ ୧, ଟିଟିଲାଗଡ଼ ବ୍ଲକ୍‌ ତୁର୍‌ଲାରୁ ୧, ଟିଟିଲାଗଡ଼ରୁ ୩, ସଇଁନ୍ତଲା ବ୍ଲକ୍‌ ଘୁନ୍‌ସରରୁ ୪, କଂଟାବାଂଜିରୁ ୨, ପାଟଣାଗଡ଼ ବ୍ଲକ୍‌ ରାମପୁରରୁ ୨ ଓ ଘସିଏନ୍‌ରୁ ୧, ଦେଓଗାଁ ବ୍ଲକ୍‌ କୁଲହିଆବାହାଲରୁ ୧, ଗୁଡ଼ଭେଲା ବ୍ଳକ୍‌ ତୁଷୁରାରୁ ୨, ବଙ୍ଗୋମୁଣ୍ଡାରୁ ୩, ଆଗଲପୁରରୁ ୨ ଓ ଲୋଇସିଂହା ବ୍ଲକ୍‌ ସିଙ୍ଗାଣିମୁଣ୍ଡାରୁ ୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ୩ ଜଣ ମହିଳା କୋଭିଡ଼ ଯୋଦ୍ଧା ମଧ୍ୟ ଆଜି ଜିଲ୍ଲାରେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ୧୨୫୫ ଜଣ ପଜିଟିଭ୍‌ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୯୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

jayashree
Leave A Reply

Your email address will not be published.