ମାସିକ ରଚନା ସନ୍ଧ୍ୟା

  • ସଂସ୍କୃତି, ପରମ୍ପରା ଓ ଆଧୁନିକତା ମଧ୍ୟରେ ସମନ୍ୱୟ ଜରୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ଜୀବନରେ ସଂସ୍କୃତି, ପରମ୍ପରା ଓ ଆଧୁନିକତା ସର୍ବଦା ଗତିଶୀଳ ଓ ପରସ୍ପର ଦ୍ୱାରା ପ୍ରଭାବିତ। ଆଧୁନିକତାର ସ୍ପର୍ଶରେ ଯୁଗ ଯୁଗ ଧରି ପ୍ରତିଷ୍ଠିତ ସାମାଜିକ ଓ ସାଂସ୍କୃତିକ ବିଭବକୁ ଭୁଲିଯିବା ମଣିଷ ସଭ୍ୟତା ପାଇଁ ମଙ୍ଗଳକର ନୁହେଁ । ଏଥିପାଇଁ ସଭିଏଁ ନିଜ ନିଜର ସାଂସ୍କୃତିକ ଅସ୍ମିତା ପ୍ରତି ସଚେତନ ହେବା ଆବଶ୍ୟକ । ଆଧୁନିକତାକୁ ଏକ ପ୍ରଗତିଶୀଳ ଚିନ୍ତାଧାରା ଭାବରେ ଗ୍ରହଣ କରି ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ପରିପୁଷ୍ଟ କରିବାକୁ ହେବ। ଏ ଦିଗରେ ପ୍ରତ୍ୟେକ ପରିବାର, ନାଗରିକ ସମାଜ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ଗଣମାଧ୍ୟମ ତତ୍ପର ହେବା ଉଚିତ । ମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ତରଫରୁ ଆୟୋଜିତ “ସଂସ୍କୃତି, ପରମ୍ପରା ଓ ଆଧୁନିକତା” ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତପ୍ରକାଶ ପାଇଛି । ଏଥିରେ ଅତିଥି ବକ୍ତା ଭାବରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଛାତ୍ର ସୋମ୍ ମିଶ୍ର, ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୀମା ବଗର୍ତ୍ତୀ, ଲୋଇସିଂହା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଜଗମୋହନ ଦର୍ଜୀ ଏବଂ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼ଃ ମନୋଜ କୁମାର ନାଗ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଡ଼ଃ ପ୍ରେମଚାନ୍ଦ ମହାନ୍ତି ଓ ପ୍ରଦୀପ କୁମାର ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି ନିଜସ୍ୱ ମତପ୍ରକାଶ କରିଥିଲେ । ‘ରଚନା’ର ସଦସ୍ୟ ରତ୍ନମୟ ତ୍ରିପାଠୀ ସ୍ୱାଗତ ସମ୍ଭାଷଣ, ସୌମ୍ୟା ମଧୁପର୍ଣ୍ଣା ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା ଏବଂ ଜ୍ୟୋତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.