ରାଜ୍ୟର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ

ଭୁବନେଶ୍ୱର, (ପିଆଇବି) : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ବିପୁଳ ଜନଭାଗିଦାରୀ ସହ ଜାରି ରହିଛି । ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳ ପଞ୍ଚାୟତରେ ସଂକଳ୍ପ ଯାତ୍ରାକୁ ବିପୁଳ ଜନସ ମର୍ଥନ ମିଳୁଛି । ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଡୁମେରପାଣି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି । ଯାତ୍ରା ଅବସରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହିତ ଚାଷୀମାନଙ୍କୁ ଡ୍ରୋନ ବ୍ୟବହାର ଜ୍ଞାନକୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା । ନବରଙ୍ଗପୁର ଜିଲ୍ଲାରେ ନାଗରିକ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଯୋଗାଯୋଗର ମାଧ୍ୟମ ପାଲଟିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଯାତ୍ରା ଅବସରରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ହିତାଧିକାରୀମାନେ ସେମାନଙ୍କର ପଞ୍ଜୀକରଣ କରିବା ସହ ନିଜ ଅନୁଭୂତି ପ୍ରକାଶ କରିଛନ୍ତି । ଏହି ଅବସରରେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ଶପଥ ପାଠ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସିନ୍ଦୁପୁର ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି । ଏହି ଅବସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଜନସମୁଦାୟ ବହୁସଂଖ୍ୟାରେ ଯାତ୍ରାରେ ସାମିଲ ହୋଇଛନ୍ତି । ଯାତ୍ରାର ଅଂଶବିଶେଷ ଭାବେ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁସଂଖ୍ୟାରେ ଆଶା, ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇ ବିକଶିତ ରାଷ୍ଟ୍ର ଗଠନ ପାଇଁ ଶପଥ ପାଠ କରିଛନ୍ତି । ଏହି ଅବସରରେ ସଂକଳ୍ପ ଯାତ୍ରାର ସଚେତନତା ରଥରେ ଏଲ୍‌ଇଡି ପରଦା ମାଧ୍ୟମରେ ହିତାଧିକାରୀଙ୍କୁ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍ ବେନପାଟ ଗାଁରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବହୁସଂଖ୍ୟାରେ ମହିଳାଙ୍କ ଭାଗିଦାରୀ ଦେଖିବାକୁ ମିଳିଛି । ସେମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ ହେବା ସହିତ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ କାଲିପଲ୍ଲି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହୋଇଥିଲେ । ସ୍ଥାନୀୟ ସମୁଦାୟର ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା । ଅପରପକ୍ଷରେ ମାଲକାନଗିରି ଜିଲ୍ଲା ରାସବେଡ଼ା ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା । ସ୍ଥାନୀୟ ଜନପ୍ରତିନିଧିମାନେ ହିତାଧିକାରୀଙ୍କ ସହ ମିଶି ବିକଶିତ ଗଠନ ପାଇଁ ଶପଥ ପାଠ କରିଛନ୍ତି ।

Leave A Reply

Your email address will not be published.