ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ନାହିିଁ ଏଆର୍‌ଭି ଭେକ୍‌ସିନ୍‌ : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ମିଳୁନି ଏଆର୍‌ଭି(ଆଣ୍ଟି ରେବିସ୍‌ ଭେକ୍‌ସିନ୍‌) ଫଳରେ ଲୋକେ ନାହିଁ ନଥିବା ଅସୁବିଧା ସହ ବହୁ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି । ଏପରି କି ଗତ ଫେବୃୟାରୀ ମାସରୁ ଚିକିତ୍ସାଳୟକୁ ଏଆର୍‌ଭି ଭେକ୍‌ସିନ୍‌ ଆସୁନଥିବା ଖବର ମିଳିଛି । ଏହି ଚିକିତ୍ସାଳୟକୁ ମୁଖ୍ୟତଃ ଛେଳି ଓ କୁକୁର ଅଧିକାଂଶ ପରିମାଣରେ ଆସୁଥିବା ବେଳେ ଏଠାରେ ଏଆର୍‌ଭି ଭେକ୍‌ସିନ୍‌ କିମ୍ବା କୌଣସି ମେଡିସିନ୍‌ ଉପଲବ୍ଧ ନଥିବା କାରଣରୁ ଜନସାଧାରଣ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଏହି ଚିକିତ୍ସାଳୟରେ ଜୀବଜନ୍ତୁଙ୍କ ପାଇଁ ଓଜନ ମେସିନ୍‌ ମଧ୍ୟ ନାହିଁ ଫଳରେ ଲୋକେ ନିଜ ଛେଳି, କୁକୁର, ବିଲେଇ, କୁକୁଡା ଆଦିଙ୍କ ଓଜନ ଜାଣି ନପାରି ମେଡିସିନ୍‌ ଖୁଆଇବା ବେଳେ ଦ୍ୱନ୍ଦରେ ରହୁଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ଥିବା ସମସ୍ତ ଅସୁବିଧାର ସମାଧାନ ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.