jayashree

ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ତୁରେକେଲାଠାରେ ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି, ଫକୀର ଚରଣ ବିଶି, ବିଆର୍‌ସିସି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଶ୍ରୀ ଦାଶ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ତା’ପରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ବିଦ୍ୟାଳୟ ମାନଙ୍କରେ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଯେପରି ସମସ୍ତ ଛାତ୍ରଛାତ୍ରୀ ଦକ୍ଷତା ହାସଲ କରିବେ ସେଥିପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ତା’ପରେ ସଂଯୋଜକ ଚଳିତ ମାସର କାର୍ଯ୍ୟକ୍ରମ ଯଥା ସାକ୍ଷରତା କିଟ, ଗଣିତ କଳିକା ଆନ୍ଦୋଳନ କିଟ୍‌ର ବ୍ୟବହାର ଉପରେ ବିଷଦ ଆଲୋଚନା କରିଥିଲେ । ତା’ବ୍ୟତୀତ ସୁନେତ୍ର କାର୍ଯ୍ୟକ୍ରମ, ଏଫ୍‌ଏଲ୍‌ଏନ୍‌ କୋଠରୀ, ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ଆଦି ଉପରେ କାମ କରିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋସିଆଲ ମିଡ଼ିଆ କିପରି ପାଠପଢା କ୍ଷେତ୍ରରେ ବର୍ତ୍ତମାନ ଉପଯୋଗୀ ତା’ଉପରେ ସରୋଜ ଦାସ, ଏମ୍‌ଆଇଏସ୍‌, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜଣାଇଥିଲେ । ଏହି ବୈଠକରେ ଶିକ୍ଷକ ପାର୍ଥବ ମହାନନ୍ଦ, ରବୀନ୍ଦ୍ର ରଥ, ସୁରୁମଣି ମେହେର, ପିତାମ୍ବର ଲୁହା, ଦେବ ବଗର୍ତ୍ତୀ, ଶିକ୍ଷୟିତ୍ରୀ କୁନି ମହାରଣା, ଡାଳିମ୍ବ ମେହେର, ସୁଭଦ୍ରା ମେହେର, ମାଧବୀଲତା ସାହୁ ଆଦି ଯୋଗ ଦେଇଥିଲେ ।

Leave A Reply

Your email address will not be published.