“ଜାତୀୟ ହସ୍ତତନ୍ତ ଦିବସ” ବା “ନ୍ୟାସନାଲ ହେଣ୍ଡଲୁମ ଡେ” ପାଳିତ

ଡେଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡ଼ିଆ) : ୭ ଅଗଷ୍ଟରେ ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ” ବା “ନ୍ୟାସନାଲ ହେଣ୍ଡଲୁମ ଡେ” ପାଳନ କରାଯାଏ । ଏହି ଦିନ ଦେଶ, ହସ୍ତତନ୍ତ ବୁଣା ଭଳି ସମୃଦ୍ଧ ପରମ୍ପରାକୁ ସମ୍ମାନ କରେ ଏବଂ ଦେଶର ସାଂସ୍କୃତିକ ଐତିହ୍ୟରେ ବୁଣାକାରଙ୍କ ଅବଦାନକୁ ସ୍ୱୀକୃତି ଦେଇଥାଏ । ୧୯୦୫ରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ କରିବା ପାଇଁ ଏହି ଦିନଟି ମଧ୍ୟ ଉତ୍ସର୍ଗୀକୃତ ଅଟେ । ଦେଶର ଲକ୍ଷ ଲକ୍ଷ ବୁଣାକାର ଏବଂ କାରିଗରଙ୍କ ପାଇଁ ଜୀବିକା ଯୋଗାଇବାରେ ଭାରତର ଅର୍ଥନୀତିରେ ହସ୍ତତନ୍ତ ଶିଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ବିଶ୍ଵ ପରିବେଶ ଯେଭଳି ପ୍ରଦୂଷିତ ହୋଇଚାଲିଛି, ଆଜି ଜାତୀୟ ହ୍ୟାଣ୍ଡଲୁମ୍ ଦିବସର ମହତ୍ତ୍ୱ ଆହୁରି ବଢିଯାଇଛି । କାରଣ ହସ୍ତତନ୍ତ ବୁଣା ଏକ ପରିବେଶ ଅନୁକୂଳ ଏବଂ ସ୍ଥାୟୀ ବିକଳ୍ପ । ଏହା କେବଳ କାର୍ବନ ଫୁଟ୍ ପ୍ରିଣ୍ଟ ବା ଅଙ୍ଗାର ପଦଚିହ୍ନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ ବରଂ ସମଗ୍ର ଭାରତରେ ଲକ୍ଷ ଲକ୍ଷ କ୍ଷୁଦ୍ର ହସ୍ତତନ୍ତ ବୁଣାକାରଙ୍କ ଜୀବିକାକୁ ମଧ୍ୟ ସମର୍ଥନ କରେ । ଏହି ଦିବସରେ ବୁଣାକାର ମାନଙ୍କ ଜୀବନ ଜୀବିକା ବିକାଶ ଧାରାରେ ଉନ୍ନତି ଆଣିବା ପାଇଁ ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.