କଳାହାଣ୍ଡି, (କେପିଏନ୍ଏସ୍) : ଆସନ୍ତା ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଓ କନ୍ଧମାଳରେ ମାଓବାଦୀମାନଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ସେମାନଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କଳହାଣ୍ଡି ଏସ୍ପି. ବି. ଗଂଗାଧର ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ତେବେ ମାଓବାଦୀମାନେ ସେମାନଙ୍କ ବନ୍ଦ ଡାକରାକୁ ସଫଳ କରିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ କଳାହାଣ୍ଡି ଏସ୍ପି. ବି. ଗଂଗାଧର ମାଓବାଦୀଙ୍କ ପ୍ରୟାସକୁ ବିଫଳ କରି ଦିଆଯିବାକୁ କହିଛନ୍ତି ।