ନିଖୋଜ ନାବାଳକର ମୃତଦେହ ମାଟି ତଳୁ ଉଦ୍ଧାର : ମୃତ୍ୟୁର କାରଣ ଜଣାପଡି ନାହିଁ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ଜଣେ ନାବାଳକର ଶବ ଗତକାଲି ମାଟି ତଳୁ ଉଦ୍ଧାର କରାଯାଇଛି । ନାବାଳକ ଜଣକ କଂଟାବାଞ୍ଜି ସହରର ଲଲିତ ଜୈନ (୧୩) ବୋଲି ଜଣାପଡିଛି । ସୂଚନା ଅନୁସାରେ ଲିଲିତ ଗତ ଗୁରୁବାର ଦିନ ସକାଳୁ ଘରୁ କୁଆଡେ ଚାଲିଯାଇଥିଲେ । ହେଲେ ପରିବାର ବର୍ଗ ଦିନସାରା ବହୁତ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ । ଶେଷରେ ପରିବାର ବର୍ଗଙ୍କ ପକ୍ଷରୁ ଲଲିତଙ୍କ ବାପା ପ୍ରମୋଦ ଜୈନ ସେହିଦିନ ରାତିରେ କଂଟାବାଞ୍ଜି ଥାନାରେ ଘରୁ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ସେହି ଗୁରୁବାର ଦିନ ସକାଳୁ କଂଟାବାଞ୍ଜିରୁ ମୁରିବାହାଲ ଯାଇଥିବା ରେଳ ଲାଇନ୍‌ରେ ଏକ ମୃତଦେହ ପଡିଥିବା କଂଟାବାଞ୍ଜି ଜିଆର୍‌ପି ପୁିଲସ ଖବର ପାଇ ଶବ ଉଦ୍ଧାର କରିଥିଲା । ଶବଟି ବିକୃତ ହୋଇଯାଇଥିବା ଏବଂ ଚିହ୍ନା ପଡୁ ନଥିଲା । ପୁଣି ଶବକୁ ନେବା ପାଇଁ କେହି ଦାବୀଦାର କଂଟାବାଂଜି ଡାକ୍ତରଖାନା ପଂହଚି ନଥିଲେ । ଏହା ପରେ ଶବ ରଖିବା ପାଇଁ ଡାକ୍ତରଖାରେ ଫ୍ରିଜର ନାହିଁ ତେଣୁ କରି ଅଚିହ୍ନା ଶବ ଭାବି ଜିଆର୍‌ପି ପୁଲିସ ଡାକ୍ତରଖାନା ଆମ୍ବୁଲାନ୍ସ ସାହାଯ୍ୟରେ ନେଇ କଂଟାବାଞ୍ଜିର ରେଳ ଲାଇନ୍‌ କଡରେ ଥିବା ଏକ ମଶାଣୀପଦାର ଅନତି ଦୂରରେ ଗାତ ଖୋଲି ପୋତି ଦେଇଥିଲେ । ପରେ ନିଖୋଜ ହୋଇଥିବା ମାମଲାର ତଦନ୍ତ କରୁଥିବା ଟାଉନ ପୋଲିସର ସନ୍ଧେହ ହେବାରୁ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ବର୍ଗ ଥାନାରେ ପହଂଚିବା ପରେ କଂଟାବାଂଜି ଜିଆର୍‌ପି ଥାନା ଅଧିକାରୀ ମଧ୍ୟ ଟାଉନ ଥାନାରେ ପହଂଚି ଥିଲେ । ପରେ ଜିଆର୍‌ପି ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ପରିବାର ବର୍ଗ ନାବାଳକ ଲଲିତ ତାଙ୍କର ପୁଅ ବୋଲି କହିଥିଲେ । ନାବାଳକକୁ ମାଟି ତଳେ ପୋତି ଦେଇଥିବା ସ୍ଥାନକୁ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ତହସିଲଦାର ଅମୃତଲାଲ ବେହେରା, ଥାନା ଅଧିକାରୀ ରଶ୍ମିତା ବେହେରା, ଜିଆର୍‌ପି ଅଧିକାରୀ ସିତାରାମ ସୁନାରୀ ଓ ପରିବାର ବର୍ଗ ଘଟଣାସ୍ଥଳକୁ ପହଂଚିଥିଲେ । ଏ ସମସ୍ତଙ୍କ ସମ୍ମୁଖରେ ମାଟିରୁ ଶବ ବାହାର କରି ପରିବାର ବର୍ଗ ଚିହ୍ନଟ କରିବା ପରେ ଶବକୁ ହସ୍ତାନ୍ତର କରାଯାଇଥିଲା । କେତେକ ବିଶ୍ୱସ୍ତ ସୂତ୍ରରୁ ଆଲୋଚନା ହେଉଥିବାକୁ ନେଇ ନାବାଳକ ଜଣକ କୌଣସି କଥାକୁ ନେଇ ଆତ୍ମହତ୍ୟା କରିଥବା ଅନୁମାନ କରାଯାଉଥିବା ବେଳେ ଆତ୍ମହତ୍ୟା କରିଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲେ । ନାବାଳକ ଲଲିତ ଆତ୍ମହତ୍ୟା କରିବା ସମୟରେ ଜଣେ ବୟଷ୍କା ମହିଳା ଏବଂ ଜଣେ ନାବାଳକ ଛେଳି ଚରାଉଥିବା ବେଳେ ଟ୍ରେନ ଆଗକୁ ଡେଇଁ ଲଲିତ ଆତ୍ମହତ୍ୟା କରିବା ଦୃଶ୍ୟ ଦେଖିଥିବା ଆଲୋଚନା ହେଉଛି । ଲଲିତ ଆତ୍ମହତ୍ୟା କହିଁକି କଲେ ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଏ ପର୍ଯ୍ୟନ୍ତ ସଷ୍ଟ ହୋଇପାରି ନାହିଁ । ଏହି ମୁତ୍ୟୁକୁ ନେଇ ସହରରେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଥିବା ବେଳେ ମୃତ୍ୟୁର କାରଣ ଜଣାପଡି ନାହିଁ ।

Leave A Reply

Your email address will not be published.

error: Content is protected !!