oom

ପୌର ପରିଷଦକୁ ମହାନଗର ନିଗମ ଘୋଷଣାର ସାତ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ  ନିର୍ବାଚନ ହୋଇନାହିଁ

jsmm

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ପୌର ପରିଷଦକୁ ମହାନଗର ନିଗମ ଘୋଷଣାର ସାତ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ  ନିର୍ବାଚନ ହୋଇନାହିଁ । ରାଜ୍ୟରେ ପୌର ନିର୍ବାଚନ ହେବା ସମୟରେ ଏଠି ନିର୍ବାଚନ ହେବା ନେଇ ଅନିଶ୍ଚତତା ଦେଖା ଦେଇଛି ।
ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିବା ପରେ ୱାର୍ଡ ସ୍ଥାନ ସଂରକ୍ଷଣରେ ଅନ୍ୟାୟ ହୋଇଛି ବୋଲି ହାଇକୋର୍ଟରେ ମାମଲା ବିଚାରଧୀନ ଥିବାରୁ ନିର୍ବାଚନ ସ୍ଥଗିତ ଅଛି କ୍ଷ ସୂତରାଂ ନିଗମ ସିଧାସଳଖ ଜିଲ୍ଲା ପ୍ରଶାସନ ଅକ୍ତିଆରରେ ରହୁଛି । ଯାହା ପରୋକ୍ଷ ଭାବେ ଶାସକ ଦଳକୁ ସୁହାଉଛି ବୋଲି ଅଭିଯୋଗ ହେଉଛି । ଏବେ କରୋନା ବିପଦ ବେଳେ ଲୋକ ପ୍ରତିନିଧିଙ୍କ ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ।
ସୂଚନାଯୋଗ୍ୟ, ନଗର ଉନ୍ନୟନ ବିଭାଗର ନୋଟିଫିକେସନ୍ ବଳରେ ୧୫ ନଭେମ୍ବର ୨୦୧୩ ଦିନ ମହାନଗର ନିଗମର ଘୋଷଣା ହୋଇଥିଲା । ବୁର୍ଲା, ହୀରାକୁଦ ଏନଏସି ତଥା ଧନକଉଡ଼ା, ମାନେଶ୍ୱର ବ୍ଲକର ପାଞ୍ଚୋଟି ପଞ୍ଚାୟତ ନିଗମ ରେ ସାମିଲ ହେଲେ । ସେ ସମୟରେ ଲୋକଙ୍କ ପ୍ରବଳ ଉତ୍ସାହ ଥିଲା । ଏବେ ମୁଖ୍ୟତଃ ଗ୍ରାମାଂଚଳ ଲୋକେ ଉଚିତ୍ ପୌରସେବକ୍ଷ ପାଇ ପାରିନାହାନ୍ତି, ଆଗ ପଞ୍ଚାୟତ ବ୍ୟବସ୍ଥା ଠିକ୍ ଥିଲା ବୋଲି ମତ ପ୍ରକାଶ ପାଇଛି କ୍ଷ ଧୀରେ ଧୀର ନିର୍ବାଚନ ପାଇଁ ଲୋକଙ୍କ ବିଶେଷ ଆଗ୍ରହ ମଧ୍ୟ ରହୁନାହିଁ।
ନିର୍ବାଚନ କେବେ ହେବ, ତାର ଉତ୍ତର କାହା ପାଖରେ ନାହିଁ ।

jittmm
Leave A Reply

Your email address will not be published.