ଅବସରପ୍ରାପ୍ତ ସୈନିକ ଶିବଶରଣ ମିଶ୍ର ସମ୍ମାନିତ

ରାଉରକେଲା, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରେ ରାଉରକେଲାରେ ‘ସେଲୁଟ୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସୈନିକ ଶିବଶରଣ ମିଶ୍ରଙ୍କ ସମ୍ମାନିତ କରାଯାଇଛି । ତେବେ ସ୍ଥାନୀୟ ଜେପି ହସ୍‌ପିଟାଲର ସଭା କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମିଶ୍ରଙ୍କ ଶ୍ରୀଲଙ୍କା ଆଇପିକେଏଫ୍‌ ସର୍ଭିସ୍‌ ପାଇଁ ଏଇ ସମ୍ମାନ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଉରକେଲାରୁ ପ୍ରକାଶିତ ‘ଦୀନଦୟାଲ ମେଲ’ର ସଂପାଦକ ଭାବରେ ଶ୍ରୀ ମିଶ୍ର ବର୍ତ୍ତମାନ କାର୍ଯ୍ୟନିର୍ବାହ କରି ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଛନ୍ତି । ଅବସରପ୍ରାପ୍ତ ସୈନିକ ଜଗତରେ ସେ ଜଣେ ବେଶ୍‌ ଜଣାଶୁଣା ତଥା ଶ୍ରଦ୍ଧାଳୁ ବ୍ୟକ୍ତି ।

Leave A Reply

Your email address will not be published.