jayashree

ବିଦ୍ୟୂତ ଆଘାତରେ ମା’ ସହ ୮ ମାସ ପୁଅ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିକେଲ ଗାଁରେ ବିଦ୍ୟୂତ ଆଘାତରେ ମା’ ଓ ୮ ମାସ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଘରେ ଗୋଡ୍‌ରେଜ୍‌ ଖୋଲୁଥିବା ସମୟରେ ବିଦ୍ୟୂତ ଲାଗି ଦୁହିଁଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଅଞ୍ଜଳି ବାଗଙ୍କୁ ୩୨ ବର୍ଷ ହେଉଥିବା ବେଳେ ମୃତ ଶିଶୁ ଗୌରଭ ବାଗଙ୍କୁ ୮ ମାସ ହେଉଥିଲା । ଘର ଲୋକଙ୍କ କହିବା ମୁତାବକ ବିଦ୍ୟୂତ ତାର ମୂଷା କାଟି ଦେଥିବାରୁ ଗୋଡ଼୍‌ରେଜ୍‌ ଉପରେ ପଡି ଯାଇଥିଲା । ଯାହା ମହିଳା ଜଣକ ଜାଣି ପାରିନଥିଲେ ଓ ଗୋଡ଼୍‌ରେଜ୍‌ ଖୋଲିଥିଲେ ସେହି ସମୟରେ ସେ କାଖରେ ୮ ମାସର ଛୁଆକୁ ଧରିଥିଲେ ତେଣୁ ଶିଶୁ ମଧ୍ୟ ବିଦ୍ୟୂତ ସଂସ୍ପର୍ଶରେ ଆସିଥିଲା ଫଳରେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଛି ।

Leave A Reply

Your email address will not be published.