Browsing Tag

loisingha news

ଝାରମୁଣ୍ଡା ଏଥଲେଟିକ୍‌ ଏସୋସିଏସନ୍‌ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ୍‌ ଏସୋସିଏସନ୍‌ ସ୍ଥିତ ସଭାଗୃହରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ୱାର୍ଲ୍ଡ ଭିଜନ ଇଣ୍ଡିଆ ଲୋଇସିଂହାକୁ ନୂତନ ଭାବେ ଯୋଗ ଦେଇଥିବା ମେନେଜର
Read More...

ବାଲ୍ୟ ବିବାହ ନିରାକରଣ ସମ୍ୱନ୍ଧୀୟ ସଚେତନତା ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ନୋଡାଲ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ଓ ସମାଜ କଲ୍ୟାଣ ବିଭାଗ ତଥା ସମନ୍ୱିତ ଶିଶୁ ବିକାଶ ତରଫରୁ ବାଲ୍ୟ ବିବାହ ନିରାକରଣ ସମ୍ୱନ୍ଧୀୟ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର
Read More...

ଲୋଇସିଂହା ତହସିଲ ପକ୍ଷରୁ ରୁଗୁଡିଖାଲଠାରେ ସରକାରୀ ଜମି ଚିହ୍ନଟ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତ ଅନ୍ତର୍ଗତ ରୁଗୁଡ଼ିଖାଲ ସ୍ଥିତ ସାପ୍ତାହିକ ବଜାର ଓ ରାମ ମନ୍ଦିରକୁ ଲାଗି ରହିଥିବା ସରକାରୀ ଜମିକୁ ନେଇ ଅନେକ ଦିନରୁ ବାଦ ବିବାଦ ଲାଗି ରହିଛି । ଜୀବର୍ଦ୍ଧନ ପାଇକ ନାମକ ଜନୈକ ବ୍ୟକ୍ତି ସାପ୍ତାହିକ ବଜାର ଓ ରାମ ମନ୍ଦିରକୁ
Read More...

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଗାଡ଼ିରୁ ଗଞ୍ଜେଇ ଜବତ

ଲୋଇସିଂହା, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତ ଗାଡିରୁ ମିଳିଲା ବସ୍ତା ବସ୍ତା ଗଞ୍ଜେଇ । ସୂଚନା ଅନୁସାରେ ଲୋଇସିଂହା ବସଷ୍ଟାଣ୍ଡ ନିକଟରେ ଏକ ସ୍କର୍ପିଓ ଗାଡ଼ି (ନଂ-ଓଡ଼ି ୧୪ ଏ ୫୦୫୨) ଗତକାଲି ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ବସିଥିବା ତିନିଜଣ ସ୍ଥାନୀୟ ଯୁବକ ଆହତ
Read More...

ସ୍କୁଟିକୁ ଧକ୍କା ଦେଲା ସ୍କର୍ପିଓ : ସ୍କର୍ପିଓ ଗାଡ଼ିରେ ଗଞ୍ଜେଇ ଥିବା ସନ୍ଦେହ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡ ନିକଟରେ ଆଜି ଦିନ ପ୍ରାୟ ୨ଟାରେ ଏକ ସ୍କର୍ପିଓ ଗାଡ଼ି (ନଂ-ଓଡ଼ି ୧୪ ଏ ୫୦୫୨) ବଲାଙ୍ଗିର ପଟୁ ଆସୁଥିବା ବେଳେ ଲୋଇସିଂହା ବସଷ୍ଟାଣ୍ଡ ଠାରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ
Read More...

ଆଦର୍ଶ ଶିକ୍ଷକ ଦମ୍ପତିଙ୍କ ଗଙ୍ଗାଶ୍ରାଦ୍ଧ ସମ୍ପନ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସାହୁପଡା ସ୍ଥିତ ଆଦର୍ଶ ଶିକ୍ଷକ ସ୍ଵର୍ଗତ କୃଷ୍ଣ ପ୍ରସାଦ ସାହୁ ଓ ଧର୍ମପତ୍ନୀ ରାମପ୍ୟାରୀ ସାହୁଙ୍କ ଗଙ୍ଗାଶ୍ରାଦ୍ଧ ଆଜି ସମ୍ପନ୍ନ ହୋଇଯାଇଛି । ଗତବର୍ଷ ମହାମାରୀ କରୋନା ସମୟରେ ପ୍ରାୟ ଏକ ମାସ ବ୍ୟବଧାନରେ ଆଦର୍ଶ ଶିକ୍ଷକ କୃଷ୍ଣ ପ୍ରସାଦ ଓ
Read More...

ଲୋଇସିଂହା ବ୍ଲକରେ ୩ ଜଣ ଯନ୍ତ୍ରୀଙ୍କ ଭରସାରେ ଚାଲିଛି ଉନ୍ନୟନମୂଳକ କାମ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଉନ୍ନୟନମୂଳକ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । କଙ୍କଡାକୁ ଗୋଳିଆ ପାଣି ସୁହାଇଲା ଭଳି ବ୍ଲକର ୨୦ଟି ଯାକ ଗ୍ରାମ ପଞ୍ଚାୟତ ପାଇଁ ମାତ୍ର ୩ ଜଣ କନିଷ୍ଠ ଯନ୍ତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ
Read More...

ତ୍ରିବେଣୀ ସାରସ୍ୱତ ସନ୍ଧାନ ତରଫରୁ କବିତା ପାଠୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଦିବାସୀ ଭବନ ଠାରେ ତ୍ରିବେଣୀ ସାରସ୍ୱତ ସନ୍ଧାନ ପକ୍ଷରୁ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ତ୍ରିବେଣୀ ସନ୍ଧାନ ଅନୁଷ୍ଠାନର ସଭାପତି ଟିକେଚନ ରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କବି ମାୟାଧର ତାଣ୍ଡି ଯୋଗ ଦେଇଥିବା ବେଳେ ମୁଖ୍ୟ
Read More...

ମା’ ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପବିତ୍ର କୁମାର ପୂର୍ଣ୍ଣିମା ଦଶହରା ପୂର୍ଣ୍ଣିମା ଅବସରରେ ପ୍ରଥମ ଥର ପାଇଁ ଲୋଇସିଂହା ସ୍ଥିତ ମା' ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଢୋଲମହୁଲ ଶାରଳା ଶକ୍ତିପୀଠର ପୂଜକ ମୁରଲୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦେବୀଙ୍କ ସୁଦୃଶ୍ୟ ଛତର ସ୍ଥାନୀୟ
Read More...

ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେମନ୍ତ ପୁଟାଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମବାସୀଙ୍କ ତରଫରୁ ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବ ପ୍ରତିଭା ହେମନ୍ତ ପୁଟାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଗୋପାଳଜୀ କୀର୍ତ୍ତନ୍ୟ ମଣ୍ଡଳୀ ତରଫରୁ ଶ୍ରୀ ପୁଟାଙ୍କୁ ନେଇ ଗ୍ରାମ
Read More...