ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ତୃତୀୟ ଦିବସରେ ନାଏକ କ୍ରିକେଟ ଏକାଡେମୀ ଓ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଏକ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୨୪ ରନ ସଂଗ୍ରହ କରିଥିଲା । ନାଏକ କ୍ରିକେଟ ଏକାଡେମୀ ତରଫରୁ ଶ୍ରୀତମ ମିଶ୍ର ଅପରାଜିତ ୬୮ ରନ୍‌, ଗୌରବ ଦେବ କୁମ୍ଭାର ୪୪ ରନ୍‌ ଓ ସୁଜଲ ମହାନ୍ତି ୨୯ ରନ୍‌ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ସଫଳ ବୋଲର୍‌ ଭାବରେ ଲିପୁନ ପୁଟେଲ ୩ଗୋଟି ୱିକେଟ ଓ ଶୁଭମ ମେହେର ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୨୨୫ ରନ୍‌ର ବିଜୟ ଲକ୍ଷକୁ ପିଛା କରି ୟଙ୍ଗ ଷ୍ଟୁଡେଣ୍ଟ ଦଳ ୩୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୬୨ ରନ୍‌ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ଲିପୁଟ ପୁଟେଲ ସର୍ବାଧିକ ୨୯ରନ୍‌ ଓ ଆସେର ବାଗ ୨୦ ରନ୍‌ ସଂଗ୍ରହଣ କରିଥିଲେ । ନାୟକ ଏକାଡେମୀ ଦଳ ତରଫରୁ ସଫଳ ବୋଲର୍‌ ଭାବରେ ଓମ୍‌କାର ମହାନ୍ତି ସର୍ବାଧିକ ୩ ଗୋଟି, ଆୟୁଷ ରଥ ଓ ଗୌରବ ଦେବ କୁମ୍ଭାର ୨ଗୋଟି ଲେଖାଏଁ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପେୟାର ପୃଥ୍ୱୀରାଜ ମିଶ୍ର ଓ ସମୀର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସ୍ୱାଗତ ତ୍ରିପାଠୀ ଏବଂ ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.