oum

ଆଇପିଏଲ : କୋଲକାତାକୁ ୬ ୱିକେଟରେ ହରାଇ ରାଜସ୍ଥାନ ଭାଙ୍ଗିଲା ପରାଜୟ ଧାରା, ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଷଷ୍ଠକୁ ଉତ୍ତୀର୍ଣ୍ଣ, ଶେଷ ସ୍ଥାନରେ କୋଲକାତା

jsm

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଶନିବାର ରାଜସ୍ଥାନ ରୟାଲ୍ସ ୨ ଥର ବିଜେତା କୋଲ୍‌କାତା ନାଇଟ୍ ରାଇଡର୍ସକୁ ୬ ୱିକେଟ୍‌ରେ ପରାସ୍ତ କରି ପରାଜୟ ଧାରା ଭାଙ୍ଗିଛି। ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲ୍ ଶେଷ ସ୍ଥାନ ପରିତ୍ୟାଗ କରି ପଞ୍ଚମକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କୋଲ୍‌କାତା ନାଇଟ୍ ରାଇଡର୍ସ ଲଗାତାର ଚତୁର୍ଥ ପରାଜୟ ବରଣ କରି ଚାପରେ ପଡ଼ିଛି ।

ପ୍ରଥମେ ରାଜସ୍ଥାନ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା। କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଇନିଂସ ଆରମ୍ଭ କରିଥିଲେ ନୀତିଶ ରାଣା ଓ ଶୁଭମାନ ଗିଲ। ଦଳୀୟ ସ୍କୋର ୨୪ ରନ୍‌ରେ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟିମ୍‌ ପ୍ରଥମ ୱିକେଟ୍‌ ଭା‌ବରେ ଶୁଭମାନ୍‌ (୧୧ ରନ୍‌)ଙ୍କୁ ହରାଇଥିଲା। ନୀତିଶ ୨୫ଟି ବଲ ଖେଳି ୨୨ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। କୋଲକାତା ପାଇଁ ରାହୁଲ ତ୍ରିପାଠୀ ସର୍ବାଧିକ ୩୬ ରନ୍‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ ଖେଳି ଗୋଟିଏ ଚୌକା ଏବଂ ୨ଟି ଛକା ମାରିଥିଲେ। ଦିନେଶ କାର୍ତ୍ତିକ ୨୪ଟି ବଲ ଖେଳି ୨୫ ରନ୍‌ କରିଥିଲେ। ଏଥିରେ ୪ଟି ଚୌକା ସାମିଲ ଥିଲା। ଇଅନ୍‌ ମୋର୍ଗାନ କୌଣସି ବଲ୍‌ ସମ୍ମୁଖୀନ ନ ହୋଇ ରନ୍‌ ଆଉଟ୍‌ ହୋଇ ପାଭଲିଅନକୁ ଫେରିଥିଲେ। ରାଜସ୍ଥାନର ଦମଦାର ବୋଲିଂ କାରଣରୁ କୋଲକାତା ଟିମ୍‌ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୩୩ ରନ୍‌ କରିଥିଲା ।

ରାଜସ୍ଥାନ ୧୩୪ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୪ ୱିକେଟ ହରାଇ ବିଜୟ ହାସଲ କରିଛି। ରାଜସ୍ଥାନ ପକ୍ଷରୁ ଯଶସ୍ବୀ ଜୟସୱାଲ ୨୨ରନ୍‌ କରିଥିବା ବେଳେ ଶିବମ୍ ଦୁବେ ୧୮ ବଲ୍‌ ଖେଳି ୨୨ରନ୍‌ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ୍ ୪୧ ବଲରେ ୪୨ ରନ୍‌ କରି ରାଜସ୍ଥାନକୁ ବିଜୟ ଦେଇଥିଲେ। ଏହି ବିଜୟ ସହ ରାଜସ୍ଥାନ ୪ ଅଙ୍କ ସଂଗ୍ରହ କରି ପଏଣ୍ଟ ଟେବୁଲରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ କୋଲକାତା ଲଗାତାର ୪ର୍ଥ ପରାଜୟ ସହ ତାଲିକାର ଶେଷରେ ରହିଛି ।

Leave A Reply

Your email address will not be published.