pr

ଅରଣ୍ୟ ରୋଦନ : ଶୁଭ୍ରାଂଶୁ ଶେଖର ପଣ୍ଡା

dr. purohit

କିଏ ଶୁଣିବ ଏକାକୀ ରୋଦନ କଲେ
ଘଂଚ ଅରଣ୍ୟ ଭିତରେ
ଏକାନ୍ତରେ ନୀରବତା ଖାଁ ଖାଁ
ଗହଳ ପତ୍ର ଲତା ଡାଳ ବୃକ୍ଷ
ଝରଣାର କଳ କଳରେ
ଜୀବନର ଆଶା ସଂଚରି ଯିବାର
ଉପକ୍ରମ ଏବେ
ଅନେକ କଦମ୍ବ
ଫୁଟିବାର ବେଳକୁ ରକ୍ତ ସଂଚରି ଯାଉଛି
ସମଗ୍ର ଶରୀର ଭିତରେ
ମୋର ଆଖିରେ ଆଖିଏ ଲୁହ
କେତେ କାଳ ଝରିବ ଏମିତି
ଶୂନ୍ୟ ଆକାଶର ଦିଗ୍ ବଳୟରେ
ମାପଚୁପ କରିବାର ମୁହୂର୍ତ୍ତରେ
ଅରଣ୍ୟରେ ଅଂଧକାର ଆସିବାର ବେଳ
ଏବେ ଉପନୀତ
ମୁଁ ବାଟ ଖୋଜୁଛି ଏକାନ୍ତରେ
ବିଶ୍ୱାସର ନିବିଡ କୋଠରୀ ଟିଏ
କିଏ ଆସି ବଂଦ କରିପାରିବ
ମୋର ଅରଣ୍ୟ ରୋଦନ ??

ଶୁଭ୍ରାଂଶୁ ଶେଖର ପଣ୍ଡା
ବିପିନ ନିବାସ
ପେଲେସ୍ ଫିଲ୍ଡ, ବଲାଙ୍ଗିର
ମୋ.ନଂ. ୯୪୩୮୨୮୫୦୫୪

nrusinghnath
Leave A Reply

Your email address will not be published.