କବିତା : ଭଁଟାକେ ଯଉଛୁ ପହେଲା ହେଇ

ଦେଖରେ ପୁତା,
ଭଁଟାକେ ଯଉଛୁ ପହେଲା ହେଇ
ଆକାଶ ବଢେ଼ ଉସାର୍ ପିସାର୍
ଯେତକି ଭଲକେ ସେତକି ଅସାର୍
ଇନର୍ କଥା କାହିଁ ଜାନବୁ ତୁଇ!

ଚାପର୍ ଏଡ଼କି ଗୁଡ଼ା ଭିତରେ
ଦିନ୍ ସରୁଥିଲା ତୋର୍
ବିପଦେ ଆପଦେ ତୋର୍ ଉପରେ
ଆଏଁଖ୍ ଟେ ଥିଲା ମୋର୍ ।

ପାଆଁଲିଲା ତୋର୍ ଡେନା ଯେନ୍ତା
ଉଡ଼ବାର୍ ଶିଖାଲିଁ ତତେ
ପଡ଼ି ଉଠି ତୁଇ ଉଡଲା ବେଲକେ
ଡର୍ ଲାଗୁଥିଲା ମତେ ।

ପାରଲୁନ’ ତୁଇ ଉଡ଼ି
ଆରୁ ନାଇଁଯଉ ପଡ଼ି
ହେଲେ ଗୁଟେ କଥା ସୋର୍ କରିଥିବୁ
ଇ’ ଆକାଶ ବଡେ଼ ବିପଦମଏ
ସବୁବେଲେ ଅଛେ ଶୀକାରଲୁଭୀ
ଚିଲ୍, ଢୋଡ଼୍, କୁଆ ମାନକର ଭଏ ।

ଉଡ଼ବୁ ତରକି କରି
ଆଏଁଖ୍ ମୁଜି କରି କାହାକେ ପରତେ
ନାଇଁ କରବୁ ଧନରେ
ସଁସାରେ ଆରୁ କିହେ ନାଇଁ ହୁଏ
ମାଁ ବୁଆ ସାଙ୍ଗେ ସରି ।

ଲୁଭଲୁଭନିଆଁ ଦାନା ଦେଖିକରି
ପଡ଼ି ନାଇଁଯିବୁ ଲୁଭେ
ପଡ଼ିଥିବା ଜାଲ୍ ଚୋପ-କାଁଡ଼ିଆ
ପାଶକେ ନେଇଁଯିବୁ କେଭେ!

ଉଲଟିଆ ଦିଗେ ନାଇଁ ଉଡ଼୍ବୁ
ଉଡବୁ ପବନର୍ ଦିଗେ
ବିନା ବଫୁ ଥି ଆଶା ନି କରବୁ
ଗୁଡ଼ା ଟେ କରମି ବଲି
ସରଗି ଗଛର ଶିଘେ ।

ଜନ୍ ତରା ତକ୍ ଉଡ଼ିଯିମି ବଲି
ସପନ୍ ନି ଦେଖବୁ ଧନରେ!
ହେବୁ ବଡ଼ା କଲବଲ୍
ତାକି ତରକି ଉଡ଼ି ଜାନଲେ
ଧନରେ…
ଇ ଆକାଶ୍ ଲାଗବା ଭଲ୍ । ।

ସଂକୀର୍ତ୍ତନ ମହାଲିଙ୍ଗ
ମୋବାଇଲ୍ ନଂ.୯୯୩୭୧୨୯୮୮୧

Leave A Reply

Your email address will not be published.